ETV Bharat / state

ତାଳଚେର ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ତାଳଚେର ବନ୍ଦ ଡାକରା - ତାଳଚେରରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା

ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ସହ ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

TODAY BANDH TALCHER  FOR 12HOURS
ତାଳଚେର ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ବନ୍ଦ ଡାକରା
author img

By

Published : Jul 4, 2022, 6:45 PM IST

ଅନୁଗୋଳ: ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା । ଏଥିସହ ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟିର କହିବା ଅନୁସାରେ ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା ଦେବାକୁ ରାଜି ହୋଇଥିଲା । ତେବେ ରାଜ୍ୟ ସରକାର ଏହାକୁ ଚଳାଇବେ ବୋଲି ମଧ୍ୟ ଘୋଷଣା କରିଥିଲେ । ହେଲେ ଏହାରି ଭିତରେ ପ୍ରାୟ ଏକମାସ ବିତି ଗଲାଣି । କିନ୍ତୁ ଆଉ କିଛି ଅଗ୍ରଗତି ହେଉ ନାହିଁ କି ଛାତ୍ରଛାତ୍ରୀଙ୍କର ଆଡମିସନ କରାଯାଉ ନାହିଁ ।

ତାଳଚେର ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ବନ୍ଦ ଡାକରା

ଏଣୁ ଏହାର ପ୍ରତିବାଦ କରିବା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି ।ଏହି ବନ୍ଦ ଡାକରାକୁ ତାଳଚେରର ବିଭିନ୍ନ ସଙ୍ଘ ପକ୍ଷରୁ ସମର୍ଥନ କରାଯାଇଛି । ତାଳଚେରରେ କେତେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ବେଳେ ଗାଡି ମଟର ଚଳାଚଳ ସ୍ବାଭାବିକ ରହିଛି । ତାଳଚେରରେ କେତକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ବେଳେ ଗାଡି ମଟର ଚଳାଚଳ ସ୍ବାଭାବିକ ରହିଛି । ତାଳଚେରର ସମସ୍ତ କୋଇଲାଖଣିରୁ ଉତ୍ତୋଳନ ଓ ପରିବହନ କିଛି ସମୟ ବନ୍ଦ ରହିଥିବା ବେଳେ ଟ୍ରକ ଓ ଟ୍ରେନ ଯୋଗେ କୋଇଲା ପରିବହନ ସ୍ବାଭାବିକ ହେବାରେ ଲାଗିଛି । ତେବେ କୋଇଲା ପରିବହନ ସ୍ବାଭାବିକ କରିବା ପାଇଁ ପୋଲିସ କେତକ ଆନ୍ଦୋଳନକାରୀଙ୍କୁ ଉଠାଇ ଆଣି ଅଟକ ରଖିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.