ETV Bharat / state

ଯନ୍ତାରେ ପଡିଲା ସୁନ୍ଦରୀ, ଆଜି ଫେରିଗଲା ମଧ୍ୟପ୍ରଦେଶ - Tigress sundari trapped in cage

ଯନ୍ତାରେ ପଡିଲା ସୁନ୍ଦରୀ, ଆଜି ଫେରିଗଲା ମଧ୍ୟପ୍ରଦେଶ

author img

By

Published : Mar 23, 2021, 5:19 PM IST

Updated : Mar 23, 2021, 10:36 PM IST

22:21 March 23

ଯନ୍ତାରେ ପଡିଲା ସୁନ୍ଦରୀ, ଆଜି ଫେରିଗଲା ମଧ୍ୟପ୍ରଦେଶ

ଯନ୍ତାରେ ପଡିଲା ସୁନ୍ଦରୀ, ଆଜି ଫେରିଗଲା ମଧ୍ୟପ୍ରଦେଶ
ଯନ୍ତାରେ ପଡିଲା ସୁନ୍ଦରୀ, ଆଜି ଫେରିଗଲା ମଧ୍ୟପ୍ରଦେଶ

17:13 March 23

ଅନୁଗୋଳ: ଫେରିଲା ବାଘୁଣୀ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସୁନ୍ଦରୀ ବାଘୁଣୀ ଧରାହୋଇ ମଧ୍ୟପ୍ରଦେଶକୁ ଫେରାଇ ନିଆଯାଉଛି । ଗତ ୨୧ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ୬ଜଣିଆ ସ୍ୱତନ୍ତ୍ର ଟିମ ଆସି ସତକୋଶିଆରେ ପହଞ୍ଚି ଥିଲେ । ସୁନ୍ଦରୀକୁ ନେବା ପାଇଁ ଏକ ସ୍ୱତନ୍ତ୍ର ଭ୍ୟାନ ଅଣା ଯାଇଥିଲା । ଦୁଇ ଦିନ ଧରି ଯନ୍ତା ଭିତରେ ଖାଦ୍ୟ ଦେଇ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁନ୍ଦରୀ ଧରା ପଡିନଥିଲା । ଶେଷରେ ଆଜି ପ୍ରାୟ 4 ଟା ୩୦ ବେଳକୁ ଟ୍ରାଙ୍କୁଲାଇଜ କରି ଯନ୍ତା ଭିତରେ ଭର୍ତ୍ତି କରାଯାଇଥିଲା । 

ସନ୍ଧ୍ୟାରେ ରାଇଗୁଡା ରେଞ୍ଜର ନୂଆଗଡ଼ ଦେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରି ଥିଲେ । ଏନେଇ ସାତକୋଶିଆ ଫିଲଡ ଡାଇରେକ୍ଟର ପ୍ରଦୀପ ରାଜ କରାଟ ସୂଚନା ଦେଇଛନ୍ତି । ଏହି ବାଘୁଣୀ ସୁନ୍ଦରୀକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା । ଗତ ୨୦୧୮ ଜୁନ ୨୮ ତାରିଖରରେ ମଧ୍ୟପ୍ରଦେଶର ବାନ୍ଧବ ଗଡ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା । ତାକୁ ଏନକ୍ଲୋଜର ଭିତରେ ରଖିବା ପରେ ଅଗଷ୍ଟ ମାସ ୧୭ତାରିଖରେ ଜଙ୍ଗଲ ଭିତରକୁ ଛଡା ଯାଇଥିଲା । କିନ୍ତୁ ସୁନ୍ଦରୀ ଜଙ୍ଗଲ ଭିତରେ ନରହି ଗାଁ ମୁହାଁ ହୋଇଥିଲା । ସେପ୍ଟେମ୍ବର ୧୨ ତାରିଖରେ ହାତିବାରି ଗାଁର କୈଳାସୀ ସାଏ ନାମକ ଜଣେ ମହିଳାଙ୍କୁ ମାରି ଖାଇଥିଲା । 

ଏହାପରେ ଅକ୍ଟୋବର ୨୧ ତାରିଖରେ ଟାଇଂସି ଗାଁର ତ୍ରିନାଥ ସାହୁଙ୍କୁ ମାରି ଦେଇଥିଲା । ଦୁଇ ଦୁଇଟି ମଣିଷ ମାରିବା ସହ ବହୁ ଗାଈଗୋରୁ ମାରି ଖାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ସାତକୋଶିଆ ଅଞ୍ଚଳରେ ତୁମୁଳ କାଣ୍ଡ ଘଟିଥିଲା । ଶେଷରେ ସୁନ୍ଦରୀକୁ ପୁଣି ଥରେ ନଭେମ୍ବର ୬ ତାରିଖରେ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜର ଭିତରେ ରଖାଗଲା । ସେଦିନରୁ ଆଜି ପର୍ଯ୍ୟନ୍ତ ଏନକ୍ଲୋଜର ଭିତରେ ଥିଲା । ଆଜି ତାକୁ ଧରି ମଧ୍ୟପ୍ରଦେଶ ନିଆଗଲା । ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ବାଘ ଶୂନ୍ୟ ହୋଇଯାଇଛି ।
 
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 23, 2021, 10:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.