ETV Bharat / state

କୋଇଲା ଖଣି ଅଞ୍ଚଳରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କୋଇଲା ଖଣି ଅଞ୍ଚଳରେ ଗଢ଼ି ଉଠିଲା ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ । ବିଦ୍ୟାଳୟର ଉଦଘାଟନ କରିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

author img

By

Published : Jun 30, 2022, 10:54 PM IST

କୋଇଲା ଖଣି ଅଞ୍ଚଳରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
କୋଇଲା ଖଣି ଅଞ୍ଚଳରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଜଗନ୍ନାଥ ଏରିଆ ଏବଂ ସୁଭଦ୍ରା ଏରିଆ ପାଇଁ ଦୁଇଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ହୋଇଯାଇଛି । ସେହିପରି ଏଠାରେ ଏକ ସ୍କୁଲ ସ୍ଥାୟୀ କ୍ୟାମ୍ପସର ଭୂମିପୂଜା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମିପୂଜା କରିଥିଲେ ।

ଏହାଛଡା ଦୁଇଟି ସ୍ଥାନରେ ଅସ୍ଥାୟୀ ଭାବେ ଚାଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଫିତା କାଟି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏମସିଏଲର ସମସ୍ତ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭୂମିପୂଜା ଏବଂ ବିଦ୍ୟାଲୟ ଶୁଭ ଉଦଘାଟନ ପରେ ଜଗନ୍ନାଥ ଏରିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

୧୩ହଜାର କୋଟି ଟଙ୍କାରେ ଏଫସିଆଇ କାରଖାନା ନିର୍ମାଣ ହେଉଛି । ଏଠାରେ ଅଧିକରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି । ନୂତନ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଠାରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମାଣ ହୋଇଛି। ତେଣୁ ତାଳଚେର ଅଞ୍ଚଳକୁ ବିଶ୍ୱର ସବୁଠାରୁ ବଡ଼ ଶିଳ୍ପ କେନ୍ଦ୍ର କରିପାରିବା । ଏଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ସଭାରେ କହିଥିଲେ।

ଇଟିଭି ଭାରତ, ଅନୁଗୋଳ

For All Latest Updates

TAGGED:

Anugul news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.