ETV Bharat / state

ବସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨୫ରୁ ଅଧିକ ଆହତ - ୨୫ରୁ ଅଧିକ ଯାତ୍ରୀ ଆହତ

ଅନୁଗୋଳ ଜାତୀୟ ସଡ଼କରେ ଟ୍ୟାଙ୍କର ବସର ଧକ୍କା । ଫଳରେ ବସରେ ବସିଥିବା ୨୫ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨୫ରୁ ଅଧିକ ଆହତ

author img

By

Published : Jul 13, 2022, 9:23 PM IST

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ବତିସୁଆଁ ଗାଁ ନିକଟରେ ଏକ ବସ୍ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସରେ ଥିବା ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ପାଲଲହଡା ଦମକଳ ବିଭାଗ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତ ବସ ଯାତ୍ରୀଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ସୂଚନା ଅନୁସାର ପାଲଲହଡ଼ା ପଟରୁ ଅନୁଗୋଳ ଆଡକୁ ଯାଉଥିବା OSRTC ର ବସକୁ ସାମନାରୁ ଟ୍ୟାଙ୍କର ଧକ୍କା ଦେଇଥିଲା ।

ବସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨୫ରୁ ଅଧିକ ଆହତ

ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ଅଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇବା ସହ ଅଧିକ ତଦନ୍ତ କରୁଛି । ଅନ୍ୟପକ୍ଷରେ ବସ୍ ଡ୍ରାଇଭରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.