ଅନୁଗୋଳ: ଜାଗା ମିଶନରେ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟତା ପ୍ରମାଣପତ୍ର । ଅନୁଗୋଳ ପୌରାଞ୍ଚଳ 7ଟି ୱାଡ଼ର 100 ପରିବାରକୁ ମିଳିଲା ପ୍ରମାଣପତ୍ର ।
ରାଜ୍ୟ ସରକାର ପକ୍ଷରୁ ଜାଗା ମିଶନ ଯୋଜନାରେ ଏହି ଯୋଗ୍ୟତା ପତ୍ର ପ୍ରଦାନ କରାଯାଇଛି । ମଙ୍ଗଳବାର ଅନୁଗୋଳ ପୌରପାଳିକାର 7 ଟି ୱାର୍ଡ଼ ଅଞ୍ଚଳରେ ରହୁଥିବା ବାସପଯୋଗୀ ଅଞ୍ଚଳର 90 ପରିବାରକୁ ଏହି ପ୍ରମାଣ ପ୍ରଦାନ କରାଯାଇଛି । ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗ୍ୟ ହିତାଧିକାରୀଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି।
ଏଥିପାଇଁ ଆୟୋଜିତ ପ୍ରମାଣ ପତ୍ର ବଣ୍ଟନ କାଯ୍ୟକ୍ରମରେ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଓ ପୌରପାଳିକାରର ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅନୁଗୋଳ କଳାକେନ୍ଦ୍ର ଠାରେ ଏହି ପ୍ରମାଣିତ ବଣ୍ଟା ଯାଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ