ଅନୁଗୋଳ : ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଭାବେ ଅକ୍ଷୟ ସାମନ୍ତ ଆଜି ଦାୟିତ୍ବ ନେଇଛନ୍ତି । ଏନେଇ ଏକ ଶୋଭାଯାତ୍ରାରେ ଅକ୍ଷୟ ନିଜ ନିଜ ସାହି ଅମଲାପଡାରୁ ବାହାରି ଆସି ପୌର କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ପୌର ଅଧିକାରୀ ଓ କର୍ମଚାରୀ ସ୍ବାଗତ କରିଥିଲେ ।
ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ଦଳର ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ନବୀନ ସରକାରଙ୍କ ବିକାଶ ଧାରାରେ ଅନୁଗୋଳ ସହରକୁ ଆଗକୁ ନେବାସହ ଏକ ନୂତନ ସହର ଗଢ଼ିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଅକ୍ଷୟ । ଏହି କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ କାଉନସିଲରମାନେ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ