ETV Bharat / state

ହତ୍ୟା ପରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ପାଲଲହଡ଼ା ଥାନା ସଇଡା ଗାଁ ରେ ଅଘଟଣ । ହତ୍ୟାକାରୀ ପ୍ରଥମେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ବିଫଳ ହେବାପରେ ଥାନାରେ କରିଛନ୍ତି ଆତ୍ମସମର୍ପଣ । ଅଧିକ ପଢନ୍ତୁ...

author img

By

Published : Mar 19, 2020, 1:56 PM IST

Updated : Mar 19, 2020, 2:21 PM IST

The killer surrendered after the murder
ହତ୍ୟା ପରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ଅନୁଗୁଳ: ହତ୍ୟା ପରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ । ହତ୍ୟାକାରୀ ପ୍ରଥମେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରି ବିଫଳ ହେବାପରେ ଥାନାରେ କରିଛନ୍ତି ଆତ୍ମସମର୍ପଣ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଥାନା ସଇଡା ଗାଁ ରେ । ସାମାନ୍ୟ ବଚସାରୁ ଘଟିଥିଲା ଏଭଳି ଅଘଟଣ ।

ହତ୍ୟା ପରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ସୂଚନା ଅନୁସାରେ, ସାଲଇଡା ଗାଁରେ ବୁଧବାର ବିଜୁ କେରଇ ଏବଂ ମଗୁସୁରୀଆ କେରଇ ଘରେ ମାଘ ପର୍ବ ପୂଜା କରୁଥିବା ବେଳେ ଗ୍ରାମର ଜଗବନ୍ଧୁ କେରଇ ଏବଂ ସ୍ତ୍ରୀ ରୀନା କେରଇ ପୂଜା ଦେଖିବାକୁ ଯାଇଥିଲେ । ତେବେ ସେଠାରେ କୌଣସି କଥାକୁ ନେଇ ବିଜୁ ଏବଂ ମଗୁସୁରୀଆଙ୍କ ସହ ରୀନାଙ୍କର ବଚସା ହୋଇଥିଲା । ବିଜୁ ଏବଂ ମଗୁସୁରୀଆ ଏଥିରେ ଉତକ୍ଷିପ୍ତ ହୋଇ ରୀନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଆକ୍ରମଣ କରିଥିଲେ । ଜଗବନ୍ଧୁ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଯାଇଥିବାବେଳେ ଆଜି ସକାଳୁ ରୀନାଙ୍କ ମୃତ ଦେହ ପାଖ ଜଙ୍ଗଲରେ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ I ଅନ୍ୟପଟେ ବିଜୁ ଏବଂ ମଗୁସୁରୀଆ ଗୁରୁବାର ସକାଳେ ପାଲଲହଡା ଥାନାରେ ପହଞ୍ଚି ସେମାନେ ରୀନାକୁ ମାରିଥିବା ସ୍ବୀକାର କରି ଆତ୍ମସମର୍ପଣ କରିଥିବା ଜଣା ପଡିଛି । ପୋଲିସ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ମତାମତ ଦେଇ ନଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 19, 2020, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.