ETV Bharat / state

ବିନା ଗବେଷଣାରେ ଚାଲିଛି ବନତତ୍ତ୍ୱ ଗବେଷଣା କେନ୍ଦ୍ର ! - ଅନୁଗୋଳ ବନ ତତ୍ତ୍ୱ ଗବେଷଣା କେନ୍ଦ୍ର

ସତ୍ତା ହରାଇବାକୁ ବସିଛି ଦୀର୍ଘ ୪୭ ବର୍ଷର ଏହି ପୁରୁଣା ଗବେଷଣା କେନ୍ଦ୍ର । ଆଲୋଡା ହୋଇ ପଡି ରହିଛି ପ୍ରାୟ ୮୦ହେକ୍ଟର ଜାଗା । ଯେଉଁ ଉଦ୍ଦେଶ୍ୟ ନେଇ ଅନୁଗୋଳ ଜିଲ୍ଲାର କୋଶଳା ଠାରେ କରାଯାଇଥିଲା ବନତତ୍ତ୍ୱ ଗବେଷଣା କେନ୍ଦ୍ର ତାହା ଏବେ ଲକ୍ଷ୍ୟଚ୍ୟୁତ ହୋଇଛି । ଅଧିକ ପଢନ୍ତୁ...

ବିନା ଗବେଷଣାରେ ଚାଲିଛି ବନ ତତ୍ତ୍ୱ ଗବେଷଣା କେନ୍ଦ୍ର !

author img

By

Published : Jan 5, 2021, 10:36 AM IST

ଅନୁଗୋଳ : ଜିଲ୍ଲାର ଛେଣ୍ଡିପଦା ବ୍ଲକ କୋଶଳା ଠାରେ ଥିବା ବନତତ୍ତ୍ୱ ଗବେଷଣା କେନ୍ଦ୍ର ଏବେ ପାଲଟିଛି ଅନାବନା ଓ ବୁଦୁବୁଦୁକିଆ ଜଙ୍ଗଲ। ସରକାରଙ୍କ ଇଛାଶକ୍ତି ଅଭାବରୁ ଦୀର୍ଘ ୪୭ବର୍ଷର ଏହି ପୁରୁଣା ଗବେଷଣା କେନ୍ଦ୍ର ତାର ସତ୍ତା ହରାଇଛି। ପ୍ରାୟ ୮୦ହେକ୍ଟର ଜାଗା ଅଲୋଡା ହୋଇ ପଡି ରହିଛି। ମାତ୍ର ଜଣିଏ ଗାର୍ଡ ଏହି ଅନାବନା ଜଙ୍ଗଲକୁ ଜଗି ରହିଛନ୍ତି ।

ବିନା ଗବେଷଣାରେ ଚାଲିଛି ବନ ତତ୍ତ୍ୱ ଗବେଷଣା କେନ୍ଦ୍ର !

୧୯୭୩ ମସିହାରେ ଅନୁଗୋଳରେ ସ୍ଥାପନ କରାଯାଇଥିଲା ବନତତ୍ତ୍ୱ ଗବେଷଣା କେନ୍ଦ୍ର । ଯାହାର ରକ୍ଷଣାବେକ୍ଷଣା ଅଭାବରୁ ଏବେ ବନ୍ଦ ହେବାକୁ ବସିଛି ଏହି ଗବେଷଣା କେନ୍ଦ୍ର। ଜିଲ୍ଲାର କୋଶଳା ଠାରେ ୮୦ ହେକ୍ଟର ଜମିରେ ଥିବା ଏହି କେନ୍ଦ୍ରରେ ବିଭିନ୍ନ ପ୍ରଜାତିର ବୃକ୍ଷରେ ପରିପୂର୍ଣ୍ଣ ଥିଲା । ଉଦ୍ଦେଶ୍ୟ ଥିଲା ନୂଆ ପ୍ରଜାତିର ଚାରା ପ୍ରସ୍ତୁତ କରାଯାଇ ଗବେଷଣା କରିବା । ଯେଉଁ ଗଛ ଯେଉଁ ପ୍ରକାର ଜଳବାୟୁରେ ବଞ୍ଚି ପାରିବ ସେହି ଗଛକୁ ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଉଥିଲା । ଫଳରେ ନୂଆ ଜଙ୍ଗଲ ସୃଷ୍ଟି ହେବା ସହ ଅର୍ଥନୈତିକ ବୃକ୍ଷ ଲଗାଇ ସାଧାରଣ ଲୋକ ମଧ୍ୟ ଉପକାର ପାଇ ପାରୁଥିଲେ ।

ସେତେବେଳେ ବିଭିନ୍ନ ବନଖଣ୍ଡରେ ମଧ୍ୟ ଚାରା ରୋପଣ କରି ନୂଆ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ହେଲେ ଗତ ୨୦୦୩-୦୪ ବେଳକୁ ସରକାର ସାମାଜିକ ବନ ପ୍ରକଳ୍ପ, ବନ ଖଣ୍ଡ ଓ ବନ ବିଭାଗର ଅନ୍ୟାନ୍ୟ ଶାଖା ଗୁଡିକୁ ମିଶାଇ ଦିଆଯାଇଥିଲା । ଫଳରେ ବନତତ୍ତ୍ବ ଗବେଷଣା କେନ୍ଦ୍ର ଅବହେଳିତ ହୋଇପଡିଛି । ପ୍ରାୟ ୩୫ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ହେବ ଏମିତି ଅବହେଳିତ ଅବସ୍ଥାରେ ରହିଛି । ସେପଟେ, ଏବେ ବନତତ୍ତ୍ୱ କେନ୍ଦ୍ରରେ କେବଳ ବହୁ ସଂଖ୍ୟାରେ ୟୁକାଲିପଟସ ଗଛ ରହିଛି । ଯାହାକି ଅଯଥାରେ ବହୁ ସ୍ଥାନ ଅକ୍ତିଆର କରିଛି। ଏହାଛଡା ଅନାବନା ଗଛର ଜଙ୍ଗଲ ସୃଷ୍ଟି ହୋଇଛି ପୁରା ଅଞ୍ଚଳରେ । ତେଣୁ ଏଠାରେ ନୂତନ ଚାରା ପ୍ରସ୍ତୁତ କରିବାକୁ ଆଦୌ ଜାଗା ନାହିଁ। ସେ ସମୟର ଯେଉଁ କିଛି ଶିଶୁ, ହରିଡା, ବାହାଡ଼ା, ଅଁଳା, ଗମ୍ଭାରୀ ଓ କୁସୁମ ଆଦି ଅଳ୍ପ କିଛି ପ୍ରଜାତିର ପୁରୁଣା ଗଛ ରହିଛି । ସେଥିରୁ ଏବେ ଦୁଇ ବର୍ଷ ହେଲା କିଛି ମଞ୍ଜି ସଂଗ୍ରହ କରା ଯାଉଛି। ଆଗ ଭଳି ଆଉ ଏଠାରେ ଚାରା ଗବେଷଣା ହେଉ ନାହିଁ। ଏଠାରେ ଜଣେ ମାତ୍ର ରେଞ୍ଜର ଅଛନ୍ତି। କିନ୍ତୁ ଆଠମଲ୍ଲିକ, ଆଠଗଡ଼, କଟକ, ଢେଙ୍କାନାଳ ଓ ଅନୁଗୋଳକୁ ନେଇ ଗୋଟିଏ ସର୍କଲ ପାଇଁ ଜଣେ ରେଞ୍ଜର ହୋଇଥିବାରୁ ସଠିକ ପରିଚାଳନା କରିବା କଷ୍ଟକର ହୋଇ ପଡୁଛି।

ଅନ୍ୟପଟେ, ଏନେଇ ବିଭାଗର କୌଣସି ସ୍ଥାନୀୟ ଅଧିକାରୀ ନଥିବା ବେଳେ ସରକାରୀ ଭାବେ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ସରକାରୀ ଉଦାସୀନତା ଯୋଗୁ ରାଜ୍ୟର ସର୍ବ ପୁରାତନ ବନ ତତ୍ତ୍ୱ ଗବେଷଣା କେନ୍ଦ୍ର ତାର ପରିଚୟ ହରାଇଛି। ଏହାଛଡା ୮୦ହେକ୍ଟର ଜାଗା ଅବ୍ୟବହୃତ ହୋଇ ପଡି ରହିଛି। ଏହାକୁ ପରିବେଶବିତ ଓ ସ୍ଥାନୀୟ ଅଧିବାସୀ ନାପସନ୍ଦ କରିଛନ୍ତି।

ଅନୁଗୋଳୁରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.