ETV Bharat / state

ଅଦରକାରୀ ସାମଗ୍ରୀରେ ସଜେଇ ହେଉଛି ଶିଳ୍ପର ସହର - ଆବର୍ଜାନାରେ ମୂର୍ତ୍ତି ନିର୍ମାଣ

ଅନୁଗୋଳ ପୌରପାଳିକାର ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟ । ପଡି ରହି ଆବର୍ଜନା ସୃଷ୍ଟି କରୁଥିବା ସାମଗ୍ରୀକୁ ନେଇ ସଜେଇ ହେଉଛି ସହର । ଅଧିକ ପଢନ୍ତୁ...

ଅଦରକାରୀ ସାମଗ୍ରୀରେ ସଜେଇ ହେଉଛି ଶିଳ୍ପର ସହର
ଅଦରକାରୀ ସାମଗ୍ରୀରେ ସଜେଇ ହେଉଛି ଶିଳ୍ପର ସହର
author img

By

Published : Aug 12, 2021, 1:33 PM IST

ଅନୁଗୋଳ: ସହର ହେବ ସୌନ୍ଦର୍ଯ୍ୟମୟ । ତାହା ପୁଣି ଅବ୍ୟବହୃତ ସାମଗ୍ରୀରେ ତିଆରି ହୋଇଥିବା ବିଭିନ୍ନ ପ୍ରତିମୂର୍ତ୍ତିରେ । ସହରର ୧୮ଟି ସ୍ଥାନରେ ସ୍ଥାପନ କରାଯାଇଛି ଏଭଳି କିଛି ପ୍ରତିମୂର୍ତ୍ତି । ଏସବୁକୁ ଦେଖିଲେ, ଏହା ଅନାବନା ଜିନିଷରେ ତିଆରି ହୋଇଛି ବୋଲି କେହି ବି ଭାବିପାରିବେ ନାହିଁ । ଏବେଠାରୁ ଲୋକଙ୍କୁ ବେସ ଆକର୍ଷିତ କରୁଛି ଏହି ପ୍ରତିମୂର୍ତ୍ତି ।

ଆଦରକାରୀ ସାମଗ୍ରୀରେ ଝଟକିବ ଅନୁଗୋଳ

ସୁନ୍ଦର ହେବ ଅନୁଗୋଳ ସହର । ସହରରେ ନିର୍ମାଣ ହେଉଛି ହେଲଥ୍ କରିଡର । ଟ୍ରାଫିକ ଛକ ଠାରୁ ଜଗନ୍ନାଥ ମନ୍ଦିର ଦେଇ ବିଜୁ ମୈଦାନ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମୋଟର ରାସ୍ତା ପାର୍ଶ୍ଵ ଅଞ୍ଚଳକୁ ହେଲଥ କରିଡର ଭାବେ ନିର୍ମାଣ କରାଯାଉଛି । ଖାଲି ସେତିକି ନୁହଁ ପୁରା ଅଞ୍ଚଳରେ ଲଗାଯାଉଛି ବଡ଼ ବଡ଼ ପ୍ରତିକୃତି ମୂର୍ତ୍ତି ସବୁ । କେଉଁଠି ସୂର୍ଯ୍ୟ ନମସ୍କାର ତ ପୁଣି କେଉଠି ଜଷ୍ଟିସ ଲେଡିର ମୂର୍ତ୍ତି । ଏହା ସହ ଗ୍ଲୋବାଲ ୱାରମିଙ୍ଗ ଗଜରାଜ, ମୀନାର, ରୋବର୍ଟ, ଆଦି ଭଳିକି ଭଳି ମୂର୍ତ୍ତି ସ୍ଥାପନ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମୂର୍ତ୍ତି ସବୁ ପ୍ରସ୍ତୁତ ହୋଇଛି ଅବ୍ୟବହୃତ ଅନାବଶ୍ୟକୀୟ ଲୁହା ଓ ପ୍ଲାଷ୍ଟିକରୁ । ଯେଉଁ ଅଦରକାରୀ ଜିନିଷ ଏଠି ସେଠି ଗଦା ହୋଇ ପରିବେଶକୁ ନଷ୍ଠ କରିଥାନ୍ତା ତାହା ଏଠାରେ ସଠିକ ଭାବେ ବ୍ୟବହାର ହୋଇ ପାରିଛି । ସହରର ପରିବେଶକୁ ସ୍ୱଚ୍ଛ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇ ପାରିବ, ସେଥିପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନିଆଯାଇଛି।

ଏହି ସବୁ କାମ ପାଇଁ ନଗର ଉନ୍ନୟନ ବିଭାଗ ଅନୁଗୋଳ ପୌରପାଳିକାକୁ ୭ କୋଟି ଟଙ୍କା ଅନୁଦାନ ଦେଇଛି । କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥାର ଉନ୍ନତିକରଣ କରିବା ସହ ସହରର ମୁଖ୍ୟ ରାସ୍ତାଗୁଡିକର ସମ୍ପ୍ରସାରଣ, ପାଦ ଚଲା ରାସ୍ତା ନିର୍ମାଣ, ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ସ୍ଥାୟୀ ତୋରଣ ଆଦି ନିର୍ମାଣ କରାଉଛନ୍ତି । ଏହା ଛଡା ପରିବେଶକୁ ସୁସ୍ଥ ରଖିବା ପାଇଁ ଅଦରକାରୀ ଓ ଅବ୍ୟବହୃତ ଜିନିଷ୦ଗୁଡିକର ସଠିକ ପରିଚାଳନା କରି ଭଙ୍ଗାରୁଜା ଗାଡିର ଯନ୍ତ୍ରାଂଶ, ପ୍ଲାଷ୍ଟିକ ସାମଗ୍ରୀ ଓ ଅନ୍ୟାନ୍ୟ ବ୍ୟବହାର ଅନୁପଯୋଗୀ ଜିନିଷରେ ବିଭିନ୍ନ ପ୍ରତିକୃତି ମୂର୍ତ୍ତି ମାନ ନିର୍ମାଣ କରି ସହରର ସୌନ୍ଦର୍ଯ୍ୟ ବଢାଇବାକୁ ଯୋଜନାରେ ଲାଗିଛନ୍ତି ।

ଆଗାମୀ କିଛି ଦିନ ମଧ୍ୟରେ ପୁରା ହେଲଥ୍ କରିଡର କାର୍ଯ୍ୟ ଶେଷ ହେବ । ରାଜ୍ୟରେ ଥିବା ସୁନ୍ଦର ସହର ମଧ୍ୟରେ ଅନୁଗୋଳ ହେବ ଆଉ ଏକ ସୁନ୍ଦର ସହର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.