ଅନୁଗୋଳ: ରାତି ପାହିଲେ ପୂଜା ପାଇବେ ଅଗ୍ରପୂଜ୍ୟ ଗଜାନନ । ଏଥିପାଇଁ ସବୁଠି ଚାଲିଛି ପୂଜା ପ୍ରସ୍ତୁତି । ଏନେଇ ତାଳଚେର ସହରରେ ହେଉଥିବା ଗଣପର୍ବ, ଗଣେଶ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାରିଗର ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ତୋରଣ କାରିଗର ମଧ୍ୟ ତୋରଣ ସଜାକୁ ଶୀଘ୍ର ଶେଷ କରିବାକୁ ଲାଗି ପଡିଛନ୍ତି ।
ସହରର ବଡଦାଣ୍ଡ ସାହି, ଗଣେଶ ବଜାର , ମୁନିସିପାଲଟି ମାର୍କେଟ, ଶର୍ମା ଛକ, ହାଣ୍ଡି ଧୂଆଁ, କାରିଗର ସାହି ଆଦି ମଣ୍ଡପରେ ପୂଜା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏଥର ପୂଜାକୁ ଆକର୍ଷଣୀୟ କରିବା ପାଇଁ ସବୁ ମଣ୍ଡପର କର୍ମକର୍ତ୍ତା ଲାଗି ପଡିଛନ୍ତି । ତେବେ ସହରରେ ପ୍ରାୟ 70ରୁ ଅଧିକ ମଣ୍ଡପରେ ପୂଜା ହେବାର ଯୋଜନା ରହିଛି । ଅନ୍ୟପଟେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବେଶ ଧୁମଧାମରେ ପାଳନ ହେବ ଗଣେଶ ପୂଜା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ