ଅନୁଗୋଳ: ଜିଲ୍ଲାର ଫୁଲପଡା ସମବାୟ ସମିତିରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ କିଭଳି ସମବାୟ ସମିତରେ ଚାଷୀଙ୍କ ଟଙ୍କାକୁ ହଡପ କରାଯାଇଛି ସେନେଇ ନିଜର ଅଭିଯୋଗ ରଖିଛନ୍ତି ।
ପୂର୍ବରୁ ପ୍ରଶାସନକୁ ଏହି ଦୁର୍ନୀତି ନେଇ ଅଭିଯୋଗ ଆଣିଥିଲେ ବି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଏଥର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛି। ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ ଆସୁଥିବା ଋଣ ଟଙ୍କାକୁ ସମବାୟ କର୍ମଚାରୀମାନେ ହଡପ କରୁଥିବା କହିଛନ୍ତି । ଯଦି ପ୍ରଶାସନ ହୋଇଥିବା ଦୁର୍ନୀତିର ତଦନ୍ତ ନ କରେ ତେବେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଓହ୍ଲେଇବ ବୋଲି କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ