ETV Bharat / state

ତତଲା କଡେଇରେ ଅନୁଗୋଳ, ଛଟପଟ ଜନସାଧାରଣ - ତତଲା କଡେଇରେ ଅନୁଗୋଳ

ଅନୁଗୋଳ ଜିଲ୍ଲାରେ କମୁନି ଖରାର ପ୍ରକୋପ । ଲଗାତାର ପ୍ରାୟ ୨୦ ଦିନରୁ ଅଧିକ ଦିନ ହେବ ଲାଗି ରହିଛି ରୌଦ୍ର ତାପ । ୪୨ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଅଧିକ ପଢ଼ନ୍ତୁ

ତତଲା କଡେଇରେ ଅନୁଗୋଳ, ଛଟପଟ ହେଉଛନ୍ତି ଲୋକେ
ତତଲା କଡେଇରେ ଅନୁଗୋଳ, ଛଟପଟ ହେଉଛନ୍ତି ଲୋକେ
author img

By

Published : Apr 23, 2022, 10:51 PM IST

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ କମୁନି ଖରାର ପ୍ରକୋପ । ଲଗାତାର ପ୍ରାୟ ୨୦ ଦିନରୁ ଅଧିକ ଦିନ ହେବ ଲାଗି ରହିଛି ରୌଦ୍ର ତାପ । ୪୨ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଯାଉଛି । ସକାଳ ପ୍ରାୟ ୮ଟାରୁ ଆରମ୍ଭ ହେଇଯାଉଛି ଖରା । ଆଜି ଯେଉଁଭଳି ଖରା ଅନୁଭୂତ ହେଉଛି ପୂର୍ବରୁ ଏମିତି ହୋଇ ନଥିଲା । ତେଣୁ ଆଜି ତାପମାତ୍ରା ୪୪ଡିଗ୍ରୀ ପାର ହେବାର ଆଶଙ୍କା କରାଯାଉଛି ।

ତତଲା କଡେଇରେ ଅନୁଗୋଳ, ଛଟପଟ ହେଉଛନ୍ତି ଲୋକେ

ଗତ ଦୁଇ ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ଦୁଇ ଦିନ ହେଲା ୪୦ଡିଗ୍ରୀ ତଳକୁ ରହିଥିଲା । ହେଲେ ଆଜି ହଠାତ ଉତ୍ତାପ ବଢି ଯାଇଛି । ଏପରିକି ରାସ୍ତାଘାଟରେ ଯାତାୟାତ ବନ୍ଦ ହୋଇଯାଇଛି । ବ୍ୟବସାୟୀମାନେ ଦୋକାନ ଖୋଲି ବସିଥିଲେ ମଧ୍ୟ ଗ୍ରାହକ ନାହାନ୍ତି । ଯେଉଁ କିଛି ଲୋକେ ଜରୁରୀ କାମରେ ବାହାରକୁ ବାହାରିଛନ୍ତି ଓଦା ଗାମୁଛା ମୁଣ୍ଡରେ ପକାଇ ବାହାରୁଛନ୍ତି । ଖରା ସାଙ୍ଗକୁ ଗରମ ପବନ ଲୋକଙ୍କୁ କଲବଲ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.