ଅନୁଗୋଳ: ତାଳଚେର ଠାରେ ଥିବା ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। କେବଳ ସରକାରୀ ସ୍ତରରେ ଏହାର ଉଦ୍ଘାଟନ କରାଯିବ। ସେଥିପାଇଁ ଆଜି 5ଟି ସଚିବ ଭି.କେ.ପଣ୍ଡିଆନ ଓ ସ୍ବତନ୍ତ୍ର ସଚିବ ସୁରେଶ ମହାପାତ୍ରଙ୍କ ସମେତ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି. ନରସିଂହ ଭୋଳ, ଜିଲାପାଳ ମନୋଜ କୁମାର ମହାନ୍ତି, ଏସପି ଜଗମୋହନ ମିନା, ଏମସିଏଲ ଅଧିକାରୀ ଏବଂ ସମ ହସ୍ପିଟାଲର ଅଧିକାରୀ ଉପସ୍ଥିତ ଥିଲେ ।
ଏହି କୋଭିଡ଼ ହସ୍ପିଟାଲ ସ୍ଥିତି, ଶଯ୍ୟା ସଂଖ୍ୟା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ସମୀକ୍ଷା କରିଥିଲେ। ଆବଶ୍ୟକ ପଡ଼ିଲେ କିଭଳି ସ୍ଥାନୀୟ ଲୋକ ଏହି ହସ୍ପିଟାଲର ସୁବିଧା ପାଇ ପାରିବେ ସେନେଇ ମଧ୍ୟ ସଚିବ ପରାମର୍ଶ ଦେଇଥିଲେ। ଏହି ହସ୍ପିଟାଲ ସମ ହସ୍ପିଟାଲ ଓ ଏମ୍ସିଏଲର ସହଯୋଗରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟକାରୀ ହେବାକୁ ଯାଉଛି।
ଏଠାରେ 150ଟି ଶଯ୍ୟା ରହିଥିବା ବେଳେ 6ଟି ଆଇସିୟୁ ରହିଛି। ସମ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଜି ସଚିବଙ୍କ ଗସ୍ତ ପରେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ