ETV Bharat / state

ଯାଞ୍ଚ କଡାକଡି: ବର୍ତ୍ତିବା ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ - anugul traffic rule

ଚଳିତ ମାସ 1 ତାରିଖରୁ ସଡକ ସୁରକ୍ଷା କଡାକଡ଼ି ହୋଇଥିବାରୁ ପୁଣି ଅନୁଗୋଳ ଆରଟିଓ ଅଫିସରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଲୋକେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଅଫିସରେ ସକାଳ ୧୦ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

taffic rule strict in anugul
ଯାଞ୍ଚ କଡାକଡି, ବର୍ତ୍ତିବା ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ
author img

By

Published : Mar 4, 2020, 10:45 AM IST

ଅନୁଗୋଳ: ଚଳିତ ମାସ 1 ତାରିଖରୁ ସଡକ ସୁରକ୍ଷା କଡାକଡ଼ି ହୋଇଥିବାରୁ ପୁଣି ଅନୁଗୋଳ ଆରଟିଓ ଅଫିସରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଲୋକେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଅଫିସରେ ସକାଳ ୧୦ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି ।

ଯାଞ୍ଚ କଡାକଡି, ବର୍ତ୍ତିବା ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ

ଗାଡି ଚାଳନା ପରୀକ୍ଷା କରାଯାଇଥିବା ସ୍ଥାନରେ ମଧ୍ୟ ଏଭଳି ପରିସ୍ଥିତି । ମହିଳା ଓ ଯୁବତୀମାନେ ମଧ୍ୟ ଲାଇସେନ୍ସ ପାଇଁ ଲମ୍ବା ଲାଇନରେ ଠିଆ ହୋଇ ରହୁଛନ୍ତି । ସରକାରଙ୍କ ତରଫରୁ ୩ମାସରୁ ଅଧିକ ମହଲତ ଦିଆ ଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ହାଲୁକା ଭାବେ ନେଇ ନିଜ ନିଜର ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର କରି ନଥିଲେ ।

ଏବେ କଡାକଡି ହେବାରୁ ଅଧିକ ଜୋରିମାନା ଦେବା ଭୟରେ ଲୋକେ ଦିନ ତମାମ ଠିଆ ହୋଇ ରହୁଛନ୍ତି । ତେବେ ପ୍ରବଳ ଖରା ହେଉଥିଲେ ମଧ୍ୟ ଆରଟିଓ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଲାଇସେନ୍ସ ପାଇଁ ଆସିଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଆରଟିଓ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନଥିବାରୁ ମଧ୍ୟ ବିଳମ୍ବ ହେଉଛି । ଏହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.