ETV Bharat / state

କନ୍ଦମୂଳ ଚାଷୀଙ୍କ ଦୁଃଖ, ଦାଉ ସାଜୁଛନ୍ତି ବନ୍ୟଜନ୍ତୁ - ଅନୁଗୋଳ ଖବର

କନ୍ଦମୂଳ ଚାଷର ଶତୃ ସାଜିଛନ୍ତି ବନ୍ୟଜନ୍ତୁ । ରାତିରେ ବଣୁଆ ହାତୀ ଓ ବାରହା ଏବଂ ଦିନରେ ମାଙ୍କଡ଼ ଉପଦ୍ରବ ଯୋଗୁଁ ନାହିଁ ନଥିବା କ୍ଷତି ସହୁଛନ୍ତି ଚାଷୀ । ବନ୍ୟଜନ୍ତୁ ଘଉଡାଇବାକୁ ଚାଷୀମାନେ ଯେତେ ଉଦ୍ୟମ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଅଧିକ ପଢନ୍ତୁ

କନ୍ଦମୂଳ ଚାଷୀ ଦୁଃଖ
କନ୍ଦମୂଳ ଚାଷୀ ଦୁଃଖ
author img

By

Published : Dec 1, 2022, 4:41 PM IST

ଅନୁଗୋଳ: କନ୍ଦମୂଳ ଚାଷର ଶତୃ ସାଜିଛନ୍ତି ବନ୍ୟଜନ୍ତୁ । ରାତିରେ ବଣୁଆ ହାତୀ ଓ ବାରହା ଏବଂ ଦିନରେ ମାଙ୍କଡ଼ ଉପଦ୍ରବ ଯୋଗୁଁ ନାହିଁ ନଥିବା କ୍ଷତି ସହୁଛନ୍ତି ଚାଷୀ । ବନ୍ୟଜନ୍ତୁ ଘଉଡାଇବାକୁ ଚାଷୀମାନେ ଯେତେ ଉଦ୍ୟମ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପାରିପର୍ଶ୍ୱରେ ଥିବା ପ୍ରାୟ ୨୫ରୁ ଅଧିକ ଗାଁରେ । ଯେଉଁଠି ବର୍ଷ ବର୍ଷ ଧରି କନ୍ଦମୂଳ ଚାଷକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରି ଆସୁଛନ୍ତି ସେଠାରେ ଏବେ ଚାଷୀ କନ୍ଦମୂଳ ଚାଷ ପ୍ରତି ବିମୁଖ ହେଲେଣି ।

କନ୍ଦମୂଳ ଚାଷୀ ଦୁଃଖ , ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଚାଷ ଠାରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

ଏହାବି ପଢନ୍ତୁ- ତାଳଚେରକୁ ଜିଲ୍ଲା କର ! ରାଜ୍ୟ ସରକାରଙ୍କୁ ଦାବି ଜଣାଇଲେ ତାଳଚେରବାସୀ

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳକୁ ଲାଗି ରହିଥିବା ଟାଇଁସି, ଅନ୍ତୁଳିଆ ଓ କୋଠଭୁଇଁ ପଞ୍ଚାୟତର ପ୍ରାୟ ୨୫ରୁ ଅଧିକ ଗାଁର ମୁଖ୍ୟ ଅର୍ଥକାରୀ ଫସଲ ହେଉଛି କନ୍ଦମୂଳ । ଏହି ପଞ୍ଚାୟତ ଗୁଡିକରେ ୧ହଜାର ଏକରରୁ ଅଧିକ ଜମିରେ କନ୍ଦମୂକ ଚାଷ କରାଯାଏ । ପ୍ରତିବର୍ଷ ୧୦ହଜାର ମେଟ୍ରିକ ଟନରୁ ଅଧିକ କନ୍ଦମୂଳ ଉତ୍ପାଦନ ହୁଏ । ହଜାର ହଜାର ଚାଷୀ ଭଲ ଦୁଇ ପଇସା ପାଇଁ ଲାଭବାନ ହୁଅନ୍ତି । ପ୍ରଥମେ ଚାଷୀମାନେ ନିଜସ୍ୱ ବ୍ୟବସ୍ଥାରେ ଆଖପାଖ ହାଟ ବଜାରକୁ ନେଇ ବିକ୍ରି କରୁଥିଲେ । ଅନେକ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ । ତଥାପି ପୁରୁଷ ପୁରୁଷ ଧରି ଚାଲି ଆସୁଥିବା ଏହି ଚାଷକୁ ଛାଡି ପାରୁ ନାହାନ୍ତି ଚାଷୀ । ହେଲେ ଏବେ ପ୍ରାୟ ୪ବର୍ଷ ହେଲା ସରକାରଙ୍କ ଉଦ୍ୟମରେ ଏଠାରେ ଚାରମଲ୍ଲିକ କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି । ଏହି କମ୍ପାନୀ ସିଧାସଳଖ ଚାଷୀ ମାନଙ୍କ ଠାରୁ ଉଚିତ ଦରରେ କନ୍ଦମୂଳ କିଣି ବାହାର ବେପାରୀ ମାନଙ୍କୁ ବିକ୍ରି କରୁଛନ୍ତି। ଫଳରେ ଚାଷୀମାନେ ଆଉ ଅଭାବୀ ବିକ୍ରିର ସମ୍ମୁଖୀନ ହେଉ ନାହାନ୍ତି । କିନ୍ତୁ କିଛି ବର୍ଷ ହେଲା ଚାଷୀ ମାନଙ୍କ ପାଇଁ ଶତ୍ରୁ ସାଜିଛନ୍ତି ବନ୍ୟଜନ୍ତୁ । ଦିନରେ ବହୁ ସଂଖ୍ୟାରେ ମାଙ୍କଡ଼ ବ୍ୟାପକ କନ୍ଦମୂଳ ଖାଇ ନଷ୍ଟ କରି ଦେଉଛନ୍ତି । ରାତିରେ ହାତୀପଲ ଏବଂ ବାରହା ଦଳ ପଶି ପର୍ଯ୍ୟାପ୍ତ କ୍ଷୟକ୍ଷତି କରୁଛନ୍ତି । ଚାଷୀ ମାନେ ମଞ୍ଚରେ ରହି ଘଉଡାଇବାକୁ ଯେତେ ଉଦ୍ୟମ କଲେ ମଧ୍ୟ ସୁଫଳ ମିଳୁ ନାହିଁ । ପ୍ରତିବର୍ଷ ଏଭଳି ବନ୍ୟଜନ୍ତୁ ଉପଦ୍ରବ ବୃଦ୍ଧି ପାଉ ଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ ।

ଏହାବି ପଢନ୍ତୁ- ସୁନାର ଫସଲରେ ଦାଉ ସାଧିଲା ପୋକ, ପରିଚୟ ହରାଇବ ଫୁଲକୋବିର ଗାଁ କୁଳେଇ !

ଏହି ସବୁ ପଞ୍ଚାୟତ ଗୁଡିକରେ ମାଟି ଓ ଜଳବାୟୁ କନ୍ଦମୂଳ ଚାଷ ପାଇଁ ବେଶ୍ ଅନୁକୂଳ। ତେଣୁ ପ୍ରାୟ ୫୦ବର୍ଷ ହେଲା ଚାଷୀମାନେ କନ୍ଦମୂଳ ଚାଷ କରି ଲାଭବାନ ହେଉଛନ୍ତି। ଏହାଛଡା ଚାରମଲ୍ଲିକ କୃଷକ ଉତ୍ପାଦକ କମ୍ପାନୀ ଗଠନ ହେବା ପରେ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କନ୍ଦମୂଳ ଯାଉଛି। କିଛି ବର୍ଷ ହେଲା ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ବେପାରୀ ଆସି କନ୍ଦମୂଳ ନେଉଛନ୍ତି। ଏଠାକାର କନ୍ଦମୂଳର ଚାହିଦା ମଧ୍ୟ ବହୁତ ଭଲ ଅଛି। ତେଣୁ ଏକମାତ୍ର ସମସ୍ୟା ବନ୍ୟଜନ୍ତୁ। ବନ୍ୟଜନ୍ତୁ ଉପଦ୍ରଵ କମିଗଲେ କନ୍ଦମୂଳ ଚାଷ ଆହୁରି ଭଲ ହୋଇ ପାରନ୍ତା। ହେଲେ କିଛି ବର୍ଷ ହେଲା ଜଙ୍ଗଲ କମିଯିବା ସହ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ଆଉ ସମ୍ଭବ ହେଉ ନାହିଁ। ଯାହାର ପ୍ରଭାବ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ହେଉଥିବା ଫସଲ ଉପରେ ପଡୁଛି। ଏଭଳି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ କନ୍ଦମୂଳ ଚାଷ ଓ ଉତ୍ପାଦନ କମିଯିବାର ଆଶଙ୍କା ରହିଛି ବୋଲି ଅନେକ ଚାଷୀ କହୁଛନ୍ତି।

ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁଁ ସବୁ ସୁବିଧା ଥାଇ ମଧ୍ୟ ଅନେକ ଚାଷୀ ଚାଷ ଛାଡିଲେଣି। କିଛି ବର୍ଷ ହେଲା ବହୁ ଜମି ପଡିଆ ପଡୁଛି। ତେଣୁ ଏବେଠାରୁ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ କନ୍ଦମୂଳ ପରି ଏକ ଅର୍ଥକାରୀ ଫସଲ ଉପରେ ପ୍ରଭାବ ପଡିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.