ETV Bharat / state

କାଗଜ କଲମରେ ବାହ୍ୟମଳ ମୁକ୍ତ ଜିଲ୍ଲା; ନାହିଁ ପାଇଖାନା ସୁବିଧା, ଢାଳ ଧରି ଯାଉଛନ୍ତି ପଡିଆ ! - ବାହ୍ୟମଳ ମୁକ୍ତ ଜିଲ୍ଲାରେ ନାହିଁ ପାଇଖାନା ସୁବିଧା

ବାହ୍ୟମଳ ମୁକ୍ତ ଜିଲ୍ଲାରେ ନାହିଁ ପାଇଖାନା ସୁବିଧା । ଏବେବି ଢାଳ ଧରି ଯିବାକୁ ପଡୁଛି ପଡିଆ । ଅଧିକ ପଢନ୍ତୁ...

swachabharat missan has failed in kukudadanga panchayat in anugul dist
ବାହ୍ୟମଳ ମୁକ୍ତ ଜିଲ୍ଲାରେ ନାହିଁ ପାଇଖାନା ସୁବିଧା : ଏବେବି ଢାଳ ଧରି ଯିବାକୁ ପଡୁଛି ପଡିଆ
author img

By

Published : Dec 26, 2020, 9:51 PM IST

ଅନୁଗୋଳ: ପରିହାସ ପାଲଟିଛି ସ୍ବଚ୍ଛ ଭାରତ ମିଶନ । ଫେଲ ମାରିଛି କେନ୍ଦ୍ର ସରକାରଙ୍କ ଏହି ଯୋଜନା । ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡାଙ୍ଗ ପଞ୍ଚାୟତରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ସ୍ବଚ୍ଛ ଭାରତ ମିଶନ। ପ୍ରତିଦିନ ଶହ ଶହ ମହିଳା ଢାଳ ଧରି ଶୌଚ ପାଇଁ ବାହାରକୁ ଯାଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନାହାନ୍ତି ପଞ୍ଚାୟତବାସୀଙ୍କ କଥା । ଥରେ ଭଲ କରି ଦେଖନ୍ତୁ ଏହି ଚିତ୍ରକୁ । କିଭଳି ଘର ମା ଭଉଣୀ ମାନେ ସକାଳ ଓ ସନ୍ଧ୍ୟାରେ ଶୌଚ ପାଇଁ ହାତରେ ଢାଳ ଧରି ବାହାରକୁ ଯାଉଛନ୍ତି। ଏଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହଁ । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର 5 କିଲୋମିଟର ଦୂରରେ ଥିବା କୁକୁଡାଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି ସ୍ବଚ୍ଛ ଭାରତ ମିଶନ ବାସ୍ତବ ଚିତ୍ର । ମିଶନ କିଭଳି ଦିଗହରା ହୋଇଛି ତାହା ବୟାନ କରୁଛି ଏହି ଚିତ୍ରରୁ । ସରକାରଙ୍କ ପକ୍ଷରୁ ଘରେ ଘରେ ନିର୍ମାଣ ହେଉଥିବା ପାଇଖାନା ଏପଞ୍ଚାୟତରେ ଆଜି ଯାଏ ପହଞ୍ଚି ନାହିଁ । ଏନେଇ ପଞ୍ଚାୟତ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ମିଳି ନଥିବବା ଅଭିଯୋଗ ହୋଇଛି ।

ବାହ୍ୟମଳ ମୁକ୍ତ ଜିଲ୍ଲାରେ ନାହିଁ ପାଇଖାନା ସୁବିଧା : ଏବେବି ଢାଳ ଧରି ଯିବାକୁ ପଡୁଛି ପଡିଆ

କୁକୁଡାଙ୍ଗ ପଞ୍ଚାୟତରେ ରହିଛି ରାଙ୍କାସିଂହା, ରାଜନୀପାଳ,ଏକଘରିଆ, କୁକୁଡାଙ୍ଗ, ତେନ୍ତୁଇ ଓ ତେନ୍ତୁଲୋଇ ଏଭଳି ୬ଟି ଗାଁ । ପଞ୍ଚାୟତର ମୋଟ ଲୋକ ସଂଖ୍ୟା ୫ହଜାର ୭୦୦ ରହିଛି । ପୁରା ପଞ୍ଚାୟତରେ ଗୋଟିଏ ବି ପାଇଖାନା ନିର୍ମାଣ ହୋଇନାହିଁ । ଫଳରେ ପାଇଖାନା ନଥିବାରୁ ସକାଳ ହେଲେ ମହିଳା ମାନେ ପାଣି ଢାଲ ଧରି ଶୌଚ ପାଇଁ ବାହାରକୁ ଯାଉଛନ୍ତି । ଯାହା ପାଇଁ ସେମାନଙ୍କୁ ଲଜ୍ଜିତ ହେବାକୁ ପଡୁଛି ।

ତେବେ ପଞ୍ଚାୟତର ଏହି ବାସ୍ତବ ଚିତ୍ର ନଜରକୁ ଆସିବା ପରେ ଏନେଇ କୌଣସି ଅଧିକାରୀ ମୁହଁ ଖୋଲି ନଥିବା ବେଳେ ସ୍ଥାନୀୟ ସରପଞ୍ଚ କହିଛନ୍ତି ସେ ମଧ୍ୟ ପଞ୍ଚାୟତରେ ଶୌଚଳୟ ନିର୍ମାଣ ପାଇଁ ଦାବି ଉଠାଉଛନ୍ତି । ପ୍ରଶାସନର ରେକର୍ଡ ଅନୁସାରେ ୨୦୧୯ ବେଳକୁ ଜିଲ୍ଲାକୁ ସମ୍ପୂର୍ଣ ବାହ୍ୟ ମଳ ମୁକ୍ତ ଜିଲ୍ଲା ଭାବେ ଘୋଷଣା ହୋଇସାରିଛି । ହେଲେ ଏହି ପଞ୍ଚାୟତ ପାଇଁ ସରକାରଙ୍କ ଏହି ଘୋଷଣାନାମା ଏବେ ପ୍ରହସନ ପାଲଟିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.