ଅନୁଗୋଳ: ତାଳଚେର ଥର୍ମାଲ ପ୍ଲାଣ୍ଟ (ଟିଟିପିଏସ) ଖୁବ ଶୀଘ୍ର କାର୍ଯ୍ୟକ୍ଷମ ଦାବିରେ ଏସୟୁସିଆଇର ଗଣବିକ୍ଷୋଭ । ଏ ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏସୟୁସିଆଇ ସଂଗଠନର କାର୍ଯ୍ୟକର୍ତ୍ତାମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ସେଠାରେ ଆୟୋଜିତ ବିକ୍ଷୋଭ ସଭାରେ ବନ୍ଦ ପଡ଼ିଥିବା ପ୍ଲାଣ୍ଟକୁ ପୁନଃ ଖୋଲିବା ଏବଂ ପ୍ରସ୍ତାବିତ ନୂଆ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ସପକ୍ଷରେ ଯୁକ୍ତି ବାଢିଥିଲେ l ପ୍ଲାଣ୍ଟ ବନ୍ଦ ଯୋଗୁଁ ପ୍ରାୟ ୧୫ଶହ ଠିକା କର୍ମଚାରୀ ଓ ପରୋକ୍ଷ ଭାବେ ୩୦ ହଜାର ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସଙ୍ଗଠନର କାର୍ଯ୍ୟକର୍ତ୍ତା କହିଥିଲେ l
ଏହାପରେ ଏହି ପ୍ରସଙ୍ଗରେ ଏକ ସ୍ମାରକପତ୍ର ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିଥିଲେ l ଯଦି ସରକାର ଦାବି ନ ମାନନ୍ତି ତେବେ ତାଳଚେର ରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ l
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ