ETV Bharat / state

ମଧ୍ୟାହ୍ନ ଭୋଜନରେ ବୁଢିଆଣୀ, 30 ଛାତ୍ରଛାତ୍ରୀ ଅସୁସ୍ଥ - mid day meal

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । 30ରୁ ଅଧିକ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ l

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 14, 2019, 2:55 AM IST

ଅନୁଗୋଳ: ସ୍କୁଲରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । 30ରୁ ଅଧିକ ଜଣ ଛାତ୍ରଛାତ୍ରୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ l

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ସେମାନେ ଖାଇଥିବା ଭାତରେ ଏକ ବିଷାକ୍ତ ବୁଢିଆଣୀ ପଡିଥିବାର ଜଣା ପଡିଥିଲା l ଏହି ସୂଚନା ପାଇ ଅଭିଭାବକମାନେ ସେମାନଙ୍କର ଅସୁସ୍ଥ ପିଲାଙ୍କୁ ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେହି ଖାଦ୍ୟ ଖାଇ ପିଲାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଏବଂ ଗଳା ଦରଜ ଆଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇଥିଲା ।

ତେବେ ପ୍ରାଥମିକ ଚିକିତ୍ସା କରାଯିବା ପରେ କିଛି ପିଲାଙ୍କୁ ଘରକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ 6 ଜଣ ପିଲାଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରୁ। ଆଉ ସିସିଟିଭିରେ ଲୁଟ୍‌ର ପୂରା ଦୃଶ୍ୟ ବି କଏଦ ହୋଇଛି।ଅଭିଯୋଗ ଅନୁସାରେ, ଗତକାଲି ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ମାଉସୀମା’ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ।Body: ଦର୍ଶନ ସାରି ଘରକୁ ଫେରୁଥିଲା ସମୟରେ ରାସ୍ତାରେ ତିନିଜଣ ଯୁବକ ହଠାତ୍‌ ତାଙ୍କୁ ଅଟକାଇଥିଲେ। ଉପରୁ ଅର୍ଡର ଆସିଛି କହି ସେମାନେ ତାଙ୍କୁ ସମସ୍ତ ସୁନା ଗହଣା ଖୋଲି ଦେବାକୁ କହିଥିଲେ। ମହିଳା ଜଣଙ୍କ ପ୍ରଥମେ ମନା କରିଥିଲେ। ହେଲେ ଯୁବକମାନେ ତାଙ୍କୁ ଏନେଇ ବାଧ୍ୟ କରିବା ସହିତ ପିଟିବାକୁ ଧମକ ଦେବା ପରେ ସେ ଅସହାୟ ହୋଇ ପିନ୍ଧିଥିବା ସବୁ ସୁନା ଗହଣା ଖୋଲି ଏକ ପଲିଥିନ୍‌ରେ ରଖିଥିଲେ। Conclusion:ଏହାପରେ ଉକ୍ତ ତିନି ଯୁବକ ସେହି ସୁନା ଗହଣ ନେଇ ଫେରାର ହୋଇଯାଇଥିଲେ।ଏନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ନିକଟରେ ଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ହେଲେ ଲୁଟେରାଙ୍କ ଟେର୍ ପାଇ ନ ଥିଲେ। ପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।
ବାଇଟ-ବତୁଲା ଗଙ୍ଗାଧର(ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.