ETV Bharat / state

ନୂତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀ ସୃଷ୍ଟି କରନ୍ତୁ ଚାକିରୀ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ନୂତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀ ସୃଷ୍ଟି କରନ୍ତୁ ଚାକିରୀ : ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 14, 2022, 9:49 PM IST

ଅନୁଗୋଳ: ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜାତୀୟ ଶିକ୍ଷାନୀତି ଦ୍ୱାରା ଜଣେ ଛାତ୍ର ଜୀବନରୁ ଚାକିରୀ ପଛରେ ନ ଗୋଡ଼ାଇ ଜବ କ୍ରିଏଟର ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ନୂତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀ ସୃଷ୍ଟି କରନ୍ତୁ ଚାକିରୀ : ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ଗୁରୁବାର) ଦୁଇ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ଅପରାହ୍ନରେ ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ସମୟରେ ସେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷାନୀତି କାର୍ଯ୍ୟକାରୀ ଉପରେ ଆଲୋଚନା କରିଛନ୍ତି ।

ଏହି ନୀତି ଅନୁଯାୟୀ କିଭଳି ଶିକ୍ଷାଦାନ ଚାଲିଛି, ସେନେଇ ସମୀକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ନୂତନ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀ ନିଯୁକ୍ତି ପଛରେ ନଗୋଡ଼ାଇ କିଭଳି ନିଜେ ନିଯୁକ୍ତି ସୃଷ୍ଟି କରିବେ ତାହାରି ଉପରେ ଗୁରୁତ୍ୱ ଦିଆଯାଉଛି । ପଢ଼ାଇ ଓ କମାଇ ଏକସଙ୍ଗେ କିଭଳି ହୋଇ ପାରିବ ସେନେଇ ଗୁରୁତ୍ୱ ଦିଆଯାଉଛି । ତେଣୁ ଏହା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେପଟେ ମନ୍ତ୍ରୀ ଗ୍ରସ୍ତକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.