ETV Bharat / state

ଆଶାୟୀ ପ୍ରାର୍ଥୀଙ୍କୁ ନିଜ ଅଞ୍ଚଳର ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବା ପାଇଁ ଦାବି କଲା ଅଭିଭାବକ ମହାସଂଘ

author img

By

Published : Jan 19, 2022, 8:36 PM IST

ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ସତ୍ୟପାଠ ଦାଖଲ କରନ୍ତୁ ବୋଲି ଦାବି କରିଛି ରାଜ୍ୟ ଅଭିଭାବକ ମହାସଂଘ। ଅଧିକ ପଢନ୍ତୁ

ଆଶାୟୀ ପ୍ରାର୍ଥୀଙ୍କୁ ନିଜ ଅଞ୍ଚଳର ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଦାବି:  ଅଭିଭାବକ ମହାସଂଘ

ଅନୁଗୋଳ : ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିରେ ଅଂଶ ଗ୍ରହଣ କରୁଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ନିଜ ନିଜ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ସତ୍ୟପାଠ ଦାଖଲ କରନ୍ତୁ ବୋଲି ଦାବି କରିଛି ରାଜ୍ୟ ଅଭିଭାବକ ମହାସଂଘ।

ଏନେଇ ଆଜି (ବୁଧବାର) ଅନୁଗୁଳ ଠାରେ ମହାସଂଘର କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗଣମାଧ୍ୟମ ଜରିଆରେ ରାଜ୍ୟର ସବୁ ଅଭିଭାବକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳରେ ଥିବା ହଜାର ହଜାର ସ୍କୁଲ ବନ୍ଦ ହୋଇ ଯାଇଛି।

ଫଳରେ ବହୁ ପିଲା ଡ୍ରାପ ଆଉଟ ହେଲେଣି। ସ୍ଥାନୀୟ ଲୋକ ପ୍ରତିନିଧିମାନେ ଚାହିଁଲେ ଏଭଳି ସ୍ଥିତି ପରିବର୍ତ୍ତନ ହୋଇ ପାରିବ। ଏହାଛଡା ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକର ମାନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେଣୁ ସମସ୍ତ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପୂର୍ବରୁ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ପ୍ରଥମେ ସତ୍ୟପାଠ କରନ୍ତୁ। ନଚେତ ଅଭିଭାବକ ମାନେ ସେମାନଙ୍କୁ ଅସହଯୋଗ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ କୁହା ଯାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.