ETV Bharat / state

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ, ମଞ୍ଚ ନାଟକକୁ ଆହୁରି ସୁଦୂର ପ୍ରସାର ପାଇଁ ଲକ୍ଷ୍ୟ - ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଞ୍ଚସ୍ତ ହେବ ମଞ୍ଚ ନାଟକ

ଅନୁଗୋଳରେ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ । ଜାଗୃତି ଇନଷ୍ଟିଚ୍ୟୁଟ ଅଫ୍ ଥିଏଟର ଭୁବନେଶ୍ୱର ଦ୍ଵାରା ପ୍ରସ୍ତୁତ ଶେଷ ପାହାଚ ନାଟକ ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ

State Drama Festival
State Drama Festival
author img

By ETV Bharat Odisha Team

Published : Sep 3, 2023, 2:19 PM IST

State Drama Festival

ଅନୁଗୋଳ: ଏଥର ରାଜଧାନୀ ନୁହେଁ ବରଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଞ୍ଚସ୍ତ ହେବ ମଞ୍ଚ ନାଟକ । ନାଟକ ହେବ ଆହୁରି ସୁଦୂର ପ୍ରସାରି। ତେବେ ଏହିଭଳି ଏକ ମହତ ଉଦ୍ଦେଶ୍ୟ ରଖି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟ କରୁଛି । ତେବେ ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଅନୁଗୋଳରେ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ।

ଜାଗୃତି ଇନଷ୍ଟିଚ୍ୟୁଟ ଅଫ୍ ଥିଏଟର ଭୁବନେଶ୍ୱର ଦ୍ଵାରା ପ୍ରସ୍ତୁତ ଶେଷ ପାହାଚ ନାଟକ ପ୍ରଦର୍ଶିତ ହୋଇଛି । ଏଥିରେ ୮ ଜଣ ବୁଢ଼ା ବୁଢ଼ୀ ଆଉ ଜଣେ ଯୁବକ ଚାକରକୁ ନେଇ ନାଟକ ଶେଷ ପାହାଞ୍ଚ ମଞ୍ଚସ୍ଥ ହୋଇଛି । ବଞ୍ଚିବାର ଇଚ୍ଛା କେବେ ମରେନି । କିନ୍ତୁ ଏ ସମାଜ ଓ ଆଜିର ଚାଲି ଚଳଣି ମଣିଷର ଇଚ୍ଛାକୁ ମାରିଦିଏ । ସାମାନ୍ୟ ସ୍ଵାର୍ଥ ପାଇଁ ପୁଅ ବୋହୂ ମାନେ ନିଜର ବୁଢା ବାପା ଓ ମାଆଙ୍କୁ ଘରୁ ତଡି ଦିଅନ୍ତି। ଫଳରେ କଷ୍ଟ ପାଆନ୍ତି ବୟଜ୍ୟେଷ୍ଠ ବ୍ୟକ୍ତି ମାନେ । ତାହାରି ଉପରେ ଆଧାରିତ ନାଟକ ଶେଷ ପାହାଚ । ଅଦରକାରୀ ବୋଲି ମନେ ହେଉଥିବା ଏହି ବୁଢ଼ାବୁଢ଼ୀ ମାନେ ସମାଜ ଆଉ ସଂସାରରୁ ବିତାଡିତ ହୋଇ ଏକାଠି ଗୋଟିଏ ଭଡ଼ା ଘରରେ ବାନପ୍ରସ୍ଥ ନାମକ ଏକ ଆଶ୍ରମ ଗଢ଼ିଛନ୍ତି । ସେମାନେ ଦେଖାଇ ଦେବାକୁ ଚାହାନ୍ତି ଯେ ସେମାନେ ଅଦରକାରୀ ନୁହଁନ୍ତି । ସଂସାରରୁ ତାଙ୍କୁ ବିତାଡ଼ିତ କରାଯାଇଛି ସତ କିନ୍ତୁ ଜୀବନ ସଂଗ୍ରାମରେ ସେମାନେ ହାରି ନାହାନ୍ତି । ନିଜ ଭିତରେ ଥିବା ବଞ୍ଚିବାର ଇଚ୍ଛା ତାଙ୍କୁ ଆଗକୁ ନେଇଥିବା ନାଟକରେ ଦର୍ଶାଯାଇଛି।

ଏହା ମଧ୍ୟ ପଢନ୍ତୁ- ନାଟକ ଚାଖି ଖୁଣ୍ଟିଆ: ବଖାଣିଲା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ବିପ୍ଳବୀ ଓଡ଼ିଆ ପୁଅର ଗାଥା

ତେବେ ଡ ବିଜୟ ମିଶ୍ରଙ୍କ ରଚିତ ଅଜିତ ଦାସଙ୍କ ନିର୍ଦ୍ଦେଶନା କଳାକାର ମାନେ ବେଶ ନିଖୁଣ ଭାବେ ଅଭିନୟ କରିଥିଲେ । ନାଟକର ସହ ନିର୍ଦ୍ଦେଶକ ଅମନ୍ ଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଡ. ମାୟା ଦାସ ଏହାର ପରିଚାଳନା କରିଥିଲେ। ବିଭିନ୍ନ ଭୂମିକାରେ କଳିଙ୍ଗ , ଅମୀୟ , ଦେବାନନ୍ଦ ନାୟକ, ନୀଳ, ଉପେନ୍ଦ୍ର, ରଜେଶ୍ୱରି,କେପି,ବିଭୁ,ସିଦ୍ଧାର୍ଥ,ଆରୋଜିତ,କାବେରୀ, ରମେଶ୍ଵରୀ , ଓ ଅର୍ଚ୍ଚିତା ଅଭିନୟ କରିଛନ୍ତି। ସେହିପରି ନାଟକକୁ ସଙ୍ଗୀତରେ ସଜାଇ ଥିଲେ ରାଜେନ୍ଦ୍ର,କୈଳାସ ଓ ଦୀପକ । ତେବେ ଏହି ନାଟକକୁ ବିଳମ୍ବିତ ରାତି ଯାଏ ଅନୁଗୋଳ ସଭାଘର ଥିଏଟରରେ ମନଭରି ଉପଭୋଗ କରିଥିଲେ ଦର୍ଶକ।ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଅତିଥି ଭବେ ଯୋଗ ଦେଇଥିଲେ କେଶରଞ୍ଜନ ପ୍ରଧାନ, ନିର୍ଦ୍ଦେଶକ ନବ ଦୀପ ମହାଳିକ , ଭୂପେଶ ଚନ୍ଦ୍ର ପ୍ରଧାନ , ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.