ETV Bharat / state

ଲକଡାଉନରେ ଫିଟର ନୂଆ ଫର୍ମୁଲା, କୋଭିଡ ସହ ଲଢେଇରେ ହେବ ସହାୟକ ! - କୋରୋନା ଭାଇରସ ଖବର

କୋଭିଡ-୧୯ର କଟକଣା ସବୁକିଛିକୁ ପ୍ରଭାବିତ କରିଛି । ପରିସ୍ଥିତି ଏପରି ହୋଇଛି ସଧାରଣ ଲୋକଟିଏ କେମିତି ଫିଟ ରହିବ ତାକୁ ନେଇ ଚିନ୍ତାରେ ପଡିଯାଇଛି । ଜିମ ଠାରୁ ଆରମ୍ଭ କରି ପାର୍କ ଏପରିକି ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଷ୍ଟାଡିୟମ ଆଦି ସ୍ଥାନରେ ଏକାଠି ହେବା ଉପରେ ଲାଗିଛି କଟକଣା । କୋରୋନା ଭୟରେ ଲୋକେ ଆସୁନାହାନ୍ତି । ଏଭଳି ସ୍ଥଳେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ଥିବା ଲୋକେ କିଭଳି ନିଜକୁ ଫିଟ ରଖୁଛନ୍ତି ଆସନ୍ତୁ ଦେଖିବା...

ଫିଟର ଫର୍ମୁଲା, କୋଭିଡ ସହ ଲଢ଼ିବାରେ ହୋଇପାରେ ସହାୟକ

author img

By

Published : Jul 18, 2020, 9:29 PM IST

ଅନୁଗୋଳ: କୋଭିଡ-୧୯ର କଟକଣା ସବୁକିଛିକୁ ପ୍ରଭାବିତ କରିଛି । ପରିସ୍ଥିତି ଏପରି ହୋଇଛି ସଧାରଣ ଲୋକଟିଏ କେମିତି ଫିଟ ରହିବ ତାକୁ ନେଇ ଚିନ୍ତାରେ ପଡିଯାଇଛି । ଜିମ୍ ଠାରୁ ଆରମ୍ଭ କରି ପାର୍କ ଏପରିକି ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଷ୍ଟାଡିୟମ ଆଦି ସ୍ଥାନରେ ଏକାଠି ହେବା ଉପରେ ଲାଗିଛି କଟକଣା । ଖାଲି ସେତିକି ନୁହେଁ ଅନଲକ୍ ପାଇଁ ଲାଗି ଥିବା କଟକଣାରେ ସାମାନ୍ୟ କୋହଲା ହୋଇଥିଲେ ବି କୋରୋନା ଭୟରେ ଲୋକେ ଆସୁନାହାନ୍ତି । ଏଭଳି ସ୍ଥଳେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ଥିବା ଲୋକେ କିଭଳି ନିଜକୁ ଫିଟ ରଖୁଛନ୍ତି ଆସନ୍ତୁ ଦେଖିବା ।

ଫିଟର ଫର୍ମୁଲା, କୋଭିଡ ସହ ଲଢ଼ିବାରେ ହୋଇପାରେ ସହାୟକ

ସ୍ବାସ୍ଥ୍ୟ ହିଁ ସମ୍ପଦ । ଜଣେ ବ୍ୟକ୍ତି ସ୍ବାସ୍ଥ୍ୟବାନ ବା ଫିଟ ହୋଇ ବଞ୍ଚିବା ପାଇଁ ହେଲେ ନିୟମିତ ବ୍ୟାୟାମ କରିବାର ଆବଶ୍ୟକତା ରହିଛି । ଆଜିର ଦିନରେ ଆମେ ଯେତେ ସବୁ କାମ କଲେ ବି ବ୍ୟାୟାମ କରିବା ଆବଶ୍ୟକତା ରହିଛି । ସ୍ବାସ୍ଥ୍ୟ ବାନ ହୋଇ ବାଞ୍ଚିବାକୁ ହେଲେ ଯୋଗ ପ୍ରାଣାୟମ ପ୍ରାତଃ ଭ୍ରମଣ ହେଉ କି ଅଥବା ଜିମ ଯାଇ କସରତ କରିବାର ଆବଶ୍ୟକତା ରହିଛି । ହେଲେ ଗତ ଚାରି ମାସ ହେବ ମହାମାରୀ କୋରନା ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ପାଇଁ ସମସ୍ତଙ୍କୁ ଡରାଇଛି । କାରଣ ସରକାର କୋଭିଡର ମୁକାବିଲା ପାଇଁ କଟକଣା ଲଗାଇଛନ୍ତି । ଜିମ ବନ୍ଦ, ପାର୍କ ହେଉ କି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଅଥବା ଷ୍ଟାଡିୟମ ଆଦି ସ୍ଥାନରେ ରେ ଏକାଠି ହେବା ଉପରେ ଲାଗିଛି କଟକଣା । ଅନଲକରେ କଟକଣା ସାମାନ୍ୟ କୋହଳ ହୋଇଥିଲେ ବି କୋରୋନା ଭୟରେ ଲୋକେ ଘରେ ରହି ନିଜେ ନିଜକୁ ଫିଟ ରଖିବାକୁ ଉଦ୍ୟମ କରୁଛନ୍ତି ।

ଅନଲକ କଟକଣାରେ ସାମାନ୍ୟ କୋହଳ ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ସଜାଗ କେହି କେହି ଲୋକେ ଏବେ ବହାରକୁ ଆସି ବ୍ୟାୟାମ କରିବା ସହ ମର୍ଣ୍ଣି ୱାକ କରୁଥିବା ନଜରକୁ ଆସୁଛନ୍ତି । ଏ ହେଉଛି ଅନୁଗୋଳ ଷ୍ଟାଡିୟର ଦୃଶ୍ୟ ।ଯେଉଁଠି ଲୋକେ ବ୍ୟାୟାମ ଏକ୍ସରସାଇଜ ପାଇଁ ଆସୁଥିଲେ ଏଠିଏବେ କୋରନା ଭୟରେ ଅଳ୍ପ କିଛି ଲୋକ ଆସୁଛନ୍ତି । ସେମାନଙ୍କ ମତରେ ନିଜକୁ କୋରନା ଠାରୁ ଦୂରେଇ ରଖିବାକୁ ହେଲେ ନିଜର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଜିମ ବନ୍ଦ ଥିଲେ ବି ସବୁଦିନେ ବ୍ୟାୟାମ ଯୋଗ, ପ୍ରାଣୟମ ଓ ଅନ୍ୟ ଏକ୍ସସରସାଇଜ ଦ୍ବାରା ନିଜକୁ ଫିଟ ରଖିବା ସହ ନିଜ କାମ ନିଜେ କଲେ ବି ମଣିଷ ସବୁଦିନ ସୁସ୍ଥ ହୋଇ ରହିପାରିବେ ବୋଲି ଫିଟନେସ ପ୍ରଶିକ୍ଷକ କହିଛନ୍ତି ।

କୋରୋନା ସହ ଲଢ଼ିବା ଓ ସ୍ବାସ୍ଥ୍ୟବାନ ହୋଇ ବାଞ୍ଚିବା ଏହିଭଳି ଚିନ୍ତାରେ ଥିବା କିଛି ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ଲୋକ କୌଣସି ପ୍ରକାରେ ନିଜକୁ ଫିଟ ରଖିବାକୁ ଉଦ୍ୟମ କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.