ETV Bharat / state

ସତୀଙ୍କ ଅଂଶ ବିଶେଷ ଅଗ୍ନିରୁପା ହିଙ୍ଗୁଳା, ନବରାତ୍ରୀରେ ହୁଏ ସ୍ବତନ୍ତ୍ର ପୂଜା - ନବରାତ୍ରୀ ପୂଜା

ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା, ଚଳଚଞ୍ଚଳ ଅନଗୋଳ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପୀଠ । ଏଠାରେ ନବରାତ୍ରୀରେ ନଅଦିନ ଧରି ଭିନ୍ନ ଭିନ୍ନ ରୂପରେ ପୂଜା ପାଆନ୍ତି ମା' । ଅଧିକ ପଢନ୍ତୁ

ସତୀଙ୍କ ଅଂଶ ବିଶେଷ ଅଗ୍ନିରୁପା ହିଙ୍ଗୁଳା, ନବରାତ୍ରୀରେ ହୁଏ ସ୍ବତନ୍ତ୍ର ପୂଜା

author img

By

Published : Oct 1, 2022, 5:18 PM IST

ଅନୁଗୋଳ: ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା' ହିଙ୍ଗୁଳା । ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ମାଁ ହିଙ୍ଗୁଳାଙ୍କ ପୀଠ ହେଉଛି ଅନ୍ୟତମ । କିମ୍ବଦନ୍ତୀ ଅନୁଯାୟୀ ଏହି ପୀଠର ସମ୍ପର୍କ ଶ୍ରୀକ୍ଷେତ୍ର ସହ ଜଡିତ । କାରଣ ମା' ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ, ଏଥିସହ ମା' ସତୀଙ୍କ ଅଂଶ ବିଶେଷ ବୋଲି କୁହାଯାଏ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି ମା' । ଏଠାରେ ମା' ହିଙ୍ଗୁଳା ଅଗ୍ନି ରୁପରେ ବିରାଜମାନ କରିଥିବାବେଳେ, ବାର ମାସରେ ତେର ପର୍ବ ପାଳନ କରାଯାଏ । ବିଶେଷ କରି ଚୈତ୍ର ମାସ ଶୁକ୍ଳ ପକ୍ଷରେ ହେଉଥିବା ବାର୍ଷିକ ଯାତ୍ରା ଓ ଦଶହରା ନବରାତ୍ରୀ ପୂଜାର ଏଠାରେ ବିଶେଷ ମହତ୍ବ ରହିଛି ।

ସତୀଙ୍କ ଅଂଶ ବିଶେଷ ଅଗ୍ନିରୁପା ହିଙ୍ଗୁଳା, ନବରାତ୍ରୀରେ ହୁଏ ସ୍ବତନ୍ତ୍ର ପୂଜା

ଏହା ମଧ୍ୟ ପଢନ୍ତୁ-ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଥିବାବେଳେ, ଚଳଚଞ୍ଚଳ ହୋଇ ଉଠିଛି ମା'ଙ୍କ ପୀଠ । ଏଠାରେ ଷୋଡ଼ଶ ଉପଚାରରେ ମା'ଙ୍କୁ ପୂଜା କରାଯାଏ । ନଅ ଦିନ ଧରି ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି ମା' ହିଙ୍ଗୁଳା । ଏହି ରୂପକୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଭକ୍ତଙ୍କ ମଧ୍ୟ ସମାଗମ ହୋଇଥାଏ । ନବରାତ୍ରୀ ପାଇଁ ୯ ଦିନବ୍ୟାପୀ ଏଠାରେ ଚଣ୍ଡିପାଠ ଯଜ୍ଞ ଓ ସ୍ବତନ୍ତ୍ର ପୁଜା ଅନୁଷ୍ଠିତ ହେଉଛି ।

ବିଶ୍ବାସ ରହିଛି ଏହି ୯ ଦିନ ମା' ଚଣ୍ଡି ରୂପ ଧାରଣ କରନ୍ତି । ମା'ଙ୍କ ଠାରେ ଯିଏ ନବରାତ୍ରୀ ପୂଜା କରେ ତାର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ମା' ଅଗ୍ନିରୂପା ଓ ପ୍ରଚଣ୍ଡ ଶକ୍ତିର ଅଧିକାରିଣୀ ହୋଇଥିବାରୁ ଏଠାକାର ନବରାତ୍ରୀ ପୂଜା ସମ୍ପୂର୍ଣ୍ଣ ଭିନ୍ନ ଧରଣର ହୋଇଥାଏ । ବିଧି ଅନୁଯାୟୀ ଏଠାରେ ନବରାତ୍ରୀ ପୂଜା କରାଯାଏ । ଚଳିତ ବର୍ଷ ମା'ଙ୍କ ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀ ପାଇଁ ମନ୍ଦିରକୁ ଶହ ଶହ ଭକ୍ତଙ୍କ ସୁଅ ଛୁଟୁଛି ।

ଏନେଇ ମନ୍ଦିର ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ କହିଛନ୍ତି ଯେ, ''ଏଠାରେ ନବରାତ୍ରୀରେ ମା'ଙ୍କ ସ୍ବତନ୍ତ୍ର ପୂଜା କରାଯାଏ, ନଅ ଦିନ ଧରି ୯ଟି ରୂପରେ ପୂଜା ପାଇଥାନ୍ତି ମା' ହିଙ୍ଗୁଳା ।''

ଏନେଇ ଯଜ୍ଞ ପୂଜକ ଧୀରେନ ଦାସ କହିଛନ୍ତି ଯେ, ''ବର୍ଷକୁ ଥରେ ମା'ଙ୍କ ଏହି ପୂଜା ସ୍ବତନ୍ତ୍ର ଭାବେ କରାଯାଏ, ଏହି ପର୍ବରେ ମା'ଙ୍କ ଶରଣାପନ୍ନ ହେଲେ ଭକ୍ତର ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।'' ସେହିପରି ଜଣେ ଭକ୍ତ କହିଛନ୍ତି, ''ମା'ଙ୍କ ଉପରେ ବହୁତ ବିଶ୍ବାସ ରହିଛି, ଏବେ ନବରାତ୍ରୀ ପୂଜା ଚାଲିଥିବାରୁ ମା'ଙ୍କୁ ଦର୍ଶନ କରିବାକୁ ଆସିଛୁ, ଯେବେ ବି ଯାହା ମାଗିଛୁ ତାହା ମା' ହିଙ୍ଗୁଳା ପୂରଣ କରନ୍ତି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.