ETV Bharat / state

ମା' ଦେଲାନି ଟଙ୍କା: ପିଟିପିଟି ହତ୍ୟା କଲା ପୁଅ

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀ ସାହିରେ ଅଘଟଣ । ଟଙ୍କା ପାଇଁ ମା’କୁ ପିଟି ପିଟି କଲା ହତ୍ୟା କଲା ପୁଅ । ଅଧିକ ପଢନ୍ତୁ

author img

By

Published : May 16, 2022, 8:02 PM IST

ଟଙ୍କା ପାଇଁ ମାକୁ ପିଟି ପିଟି ହତ୍ୟା କଲା ପୁଅ
ଟଙ୍କା ପାଇଁ ମାକୁ ପିଟି ପିଟି ହତ୍ୟା କଲା ପୁଅ

ଅନୁଗୋଳ: ପୁଅ ଭୁଲିଗଲା ସମ୍ପର୍କ । ମା’କୁ ପିଟି ପିଟି କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀ ସାହିରେ । ମୃତକ ଜଣଙ୍କ ହେଲେ ବୀଣା ପାଣି ଦାଶ l ବୀଣାପାଣିଙ୍କ ସହ ତାଙ୍କ ପୁଅ ତୁଷାରକାନ୍ତ ଦେହୁରୀଙ୍କ ସବୁବେଳେ ଟଙ୍କା ପାଇଁ ପାଟିତୁଣ୍ଡ ହୁଏ । ଖାଲି ସେତିକି ନୁହେଁ ଅଧିକାଂଶ ସମୟରେ ନିସ୍ତୁକ ମାରପିଟ କରି ମା’ଙ୍କ ଠାରୁ ଟଙ୍କା ନେଉଥିଲେ । କିନ୍ତୁ, ଗତକାଲି(ରବବାର) ମଧ୍ୟ ତୁଷାରକାନ୍ତ ତାଙ୍କ ମା’ଙ୍କୁ ଟଙ୍କା ମାଗିଥିଲା । କିନ୍ତୁ ତାଙ୍କ ମା ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ମା’କୁ ମାଡ ମାରିଥିଲା ତୁଷାରକାନ୍ତ ।

ଟଙ୍କା ପାଇଁ ମାକୁ ପିଟି ପିଟି ହତ୍ୟା କଲା ପୁଅ

ତେବେ ପଡିଶା ଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇନଥିଲେ । ସକାଳେ ଘରୁ କେହି ବାହାରକୁ ବାହାରିନଥିବା ବେଳେ ଘର ମୁଖ୍ୟ କବାଟରେ ତାଲା ପଡିଥିବା ଦେଖି ପଡିଶା ଲୋକଙ୍କ ମନରେ ସନ୍ଦେହରେ ଉପୁଜିଥିଲା । ଘରେ ଦେଖିବାରୁ ବୀଣାଙ୍କ ମୃତଦେହ ଦୁଆର ଅଗଣାରେ ପଡିଥିଲା । ସ୍ଥାନୀୟ ଲୋକେ ଛେଣ୍ଡିପଦା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । କୌଣସି ମତେ ତୁଷାରକାନ୍ତର ସୂଚନା ପାଇ ପୋଲିସ ତାକୁ ଦେବଗଡ ଛକରୁ କାବୁ କରିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଥିବାବେଳେ ଅଟକ ତୁଷାରକାନ୍ତକୁ ମଧ୍ୟ ପଚରାଉଚୁରା କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.