ETV Bharat / state

ଶୈଳ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ସ୍ନାନଯାତ୍ରା ସମ୍ପନ୍ନ - SAILA SRIKHETRA

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ତିନି ଠାକୁରଙ୍କ ସ୍ନାନଯାତ୍ରା । ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
author img

By

Published : Jun 17, 2019, 1:31 PM IST

ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ର ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ତିନି ଠାକୁରଙ୍କ ସ୍ନାନଯାତ୍ରା । ନିର୍ଦ୍ଧାରିତ ସମୟରେ ଦ୍ୱାରା ଫିଟା, ଅବକାଶ, ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ଆଦି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଠାକୁରମାନଙ୍କ ପହଣ୍ଡି ବିଜେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଘଣ୍ଟ, ଘଣ୍ଟା ଓ ହରିବୋଲ ହୁଳହୁଳି ଧ୍ୱନିରେ ଠାକୁରଙ୍କୁ ପହଣ୍ଡି କରି ସ୍ନାନବେଦିକୁ ଆଣିଥିଲେ । ଯାହାକୁ ଦେଖିବା ପାଇଁ ଶୈଳଶ୍ରୀକ୍ଷେତ୍ରରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ମହାପ୍ରଭୁଙ୍କ ସ୍ନାନବେଦୀରେ ଯଥାରୀତି ପୂଜା ଶେଷ ହେବା ପରେ ସ୍ନାନ କରାଯାଇଥିଲା । ପୂର୍ବରୁ ରଖାଯାଇଥିବା 108 ଗରା ଜଳରେ ତିନି ଠାକୁରଙ୍କୁ ସ୍ନାନ କରାଇଥିଲେ ଦଇତା ପତି ସେବାୟତ ।

ତା'ପରେ ସକାଳ ଧୂପ ନୀତି କରାଯାଇ ହାତୀବେଶ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମନ୍ଦିର ପରିଚାଳନା ସମିତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶୈଳ ଶ୍ରୀକ୍ଷତ୍ର ସ୍ନାନ ବେଦିରେ ଚତୁର୍ଧା ମୁରତି-
ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ Body:ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ରେ ସମ୍ପର୍ଣ୍ଣ ହୋଇଛି ତିନି ଠାକୁର ଙ୍କ ସ୍ନାନ ଯାତ୍ରା ।ନିର୍ଦ୍ଧାରିତ ସମୟରେ ଦ୍ୱାରା ଫିଟା , ଅବକାଶ , ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ଆଦି ସମ୍ପଣ୍ଣ ହେବା ପରେ ଆରମ୍ଭ ହୋଇଥିଲା ଠାକୁର ମାନଙ୍କ ପହଣ୍ଡି ବିଜେ । ଘଣ୍ଟ, ଘଣ୍ଟା ଓ ହରିବୋଲ ହୁଳହୁଳି ଧ୍ୱନୀରେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ବେଦି କୁ ଆଣିଥିଲେ । ଯାହାକୁ ଦେଖିବା ପାଇଁ ଶୈଳ ଶ୍ରୀକ୍ଷତ୍ର ରେ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇଥିଲା । ମହା ପ୍ରଭୁ ମାନ ଙ୍କ ସ୍ନାନ ବେଦିରେ ଯଥାରୀତି ପୂଜା ସମ୍ପର୍ଣ୍ଣ ହେବା ପରେ ସ୍ନାନ କରାଯାଇଥିଲା । ପୂର୍ବରୁ ରଖାଯାଇଥିବା 108 ଗରା ଜଳରେ ତିନି ଠାକୁର ଙ୍କୁସ୍ନାନ କରାଇଥଲେ ଦଇତା ପତି ସେବାୟତ । ତା ପରେ ସଖାଳ ଧୂପ ନୀତି କରାଯାଇ ହାତୀ ବେଶ କରା ଯିବାର କଯ୍ୟକ୍ରମ ରହିଛି । ଏଥିପାଇଁ ମନ୍ଦିର ପରିଚାଳନା ସମିତି ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ଥ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.