ETV Bharat / state

ବର୍ଷେ ତଳେ ପୋତାଯାଇଥିବା ଦନ୍ତାର କଙ୍କାଳ ଉଦ୍ଧାର, ୩ ଶିକାରୀ କୋର୍ଟ ଚାଲାଣ - ସାତକୋଶିଆ ଅଭୟାରଣ୍ୟ ହାତୀ କଙ୍କାଳ ଉଦ୍ଧାର ଖବର

ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ନିକଟରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରିଛି ବନ ବିଭାଗ । ପ୍ରାଥମିକ ତଦନ୍ତରୁ ହାତୀଟି ପ୍ରାୟ ବର୍ଷେ ପୂର୍ବରୁ ପୋତାଯାଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ବର୍ଷେ ତଳେ ପୋତାଯାଇଥିବା ଦାନ୍ତର କଙ୍କାଳ ଉଦ୍ଧାର, ୩ ଶିକାରୀ କୋର୍ଟ ଚାଲାଣ

author img

By

Published : Jun 25, 2022, 10:42 PM IST

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ନିକଟରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରିଛି ବନ ବିଭାଗ । ପ୍ରାଥମିକ ତଦନ୍ତରୁ ହାତୀଟି ପ୍ରାୟ ବର୍ଷେ ପୂର୍ବରୁ ପୋତାଯାଇଥିବା ଅନୁମାନ କରାଯାଉଛି । ହାତୀଟିର ଚମଡା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ହାଡ଼ ମଧ୍ୟ କେତେକାଂଶରେ ନଷ୍ଟ ହୋଇଯାଇଛି । ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ବର୍ଷେ ତଳେ ପୋତାଯାଇଥିବା ଦାନ୍ତର କଙ୍କାଳ ଉଦ୍ଧାର, ୩ ଶିକାରୀ କୋର୍ଟ ଚାଲାଣ

ଏହି ଖବର ପାଇ ସାତକୋଶିଆ ଡିଏଫଓ, ଏସିଏଫ ଏବଂ ଅନ୍ୟ ଅଧିକାରୀମାନେ ଗତ ଦୁଇ ଦିନ ପୂର୍ବେ ଘଟଣାସ୍ଥଳକୁ ଯାଇ ରାତି ସାରା ଖୋଜାଖୋଜି କରିଥିଲେ । ଗତକାଲି(ଶୁକ୍ରବାର) ଖୋଳାଖୋଳି କରିବା ପରେ କଙ୍କାଳ ମିଳିଥିଲା । ଏବେ ଜିଲିଣ୍ଡା ରେଞ୍ଜ ଅଫିସର ଘଟଣା ସମ୍ପର୍କରେ ସବୁ ଜାଣି ଚପାଇ ଦେବାକୁ ଉଦ୍ୟମ କରିଥିଲେ । ସେ ସବୁ ଜାଣି ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ କିଛି ନଜଣାଇ ଚୁପ ରହିଥିଲେ । ଡିଏଫଓ ନିଜେ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ପ୍ରମୋଦ ବେହେରା, ସୁରେଶ ଚନ୍ଦ୍ର ପ୍ରଧାନ ଓ ମହରଗା ଅମାନ୍ତ ବୋଲି ଜଣା ପଡ଼ିଛି । ଘଟଣାରେ ଆହୁରି ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଗିରଫ ଅଭିଯୁକ୍ତମାନେ ସମସ୍ତେ ସେହି ରେଞ୍ଜ ଅଧୀନରେ ଜଗୁଆଳୀ ଭାବେ କାମ କରୁଥିଲେ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜିଲିଣ୍ଡା ରେଞ୍ଜ ଅଫିସର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗତକାଲି ଠାରୁ ଘଟଣାସ୍ଥଳରେ ନାହାନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ଭୟରେ କୁଆଡେ ପଳାଇଥିବା ଅନୁମାନ କରାଯାଉଛି । ଡିଏଫଓ କହିଛନ୍ତି ତଦନ୍ତ ପରେ ନିଶ୍ଚିତ ଭାବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.