ଅନୁଗୋଳ: ସାତକୋଶିଆ ଗଣ୍ଡରେ ଛଡାଗଲା ଘଡିଆଳ କୁମ୍ଭୀର । କୁମ୍ଭୀରଙ୍କ ବଂଶ ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଦ୍ବିତୀୟ ପର୍ଯ୍ୟାୟରେ 6 ଟି ଘଡିଆଳ କୁମ୍ଭୀର ଛଡାଯାଇଛି ।
ସାତକୋଶିଆ ଗଣ୍ଡକୁ ଘଡିଆଳ ସଂରକ୍ଷଣ ପ୍ରକଳ୍ପ କରାଯିବା ପାଇଁ ନନ୍ଦନକାନନ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଛି । ଦୀର୍ଘ 15 ମାସ ହେବ ଏନେଇ ନାନା ଗବେଷଣା ଜାରି ରହିଛି । ଗଣ୍ଡର ଉଭୟ ପାର୍ଶ୍ବରେ 10 କିମି ପର୍ଯ୍ୟନ୍ତ ନୋ-ଫିଶିଙ୍ଗ ଜୋନ କରାଯାଇଛି । ପ୍ରଥମେ ଗତ 2019 ଜୁଲାଇ ମାସରେ 7ଟି ଘଡିଆଳ ପରୀକ୍ଷାମୂଳକ ଭାବେ ଛଡା ଯାଇଥିଲା । ଆଜି ପୁଣି 2ୟ ପର୍ଯ୍ୟାୟରେ ଛଡା ଯାଇଛି ।
ଆଗାମୀ ଦିନରେ ଆହୁରି ଅଧିକ ଘଡିଆଳ ଛଡାଯିବ ପାଇଁ ଯୋଜନା ରହିଛି । ଏହି ସମୟରେ ପସିସିଏଫ ବନ୍ୟପ୍ରାଣୀ ହରି ଉପାଧ୍ୟାୟ, ଅତିରିକ୍ତ ପସିସିଏଫ ବନ୍ୟପ୍ରାଣୀ ତଥା ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପାଉଲ, ଅନୁଗୋଳ ଆରସିସିଏଫ ପ୍ରଦୀପ ରାଜ କରାତ ଏବଂ ସାତକୋଶିଆ, ବୌଦ୍ଧ ଓ ମହାନଦୀ ସିଭିଜନର ଡିଏଫଓ ମାନେ ଉପସ୍ଥିତ ଥିଲେ। ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ ଡ.ସୁଦର୍ଶନ ମହାରଣାଙ୍କ ତତ୍ୱାବଧାନରେ ଘଡ଼ିଆଳ ଛଡା ଯାଇଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ