ETV Bharat / state

ମର୍ଣ୍ଣିଂ ୱାକ୍ ହେଲା କାଳ; ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ

ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା । ମର୍ଣ୍ଣିଂ ୱାକ୍ ବେଳେ ଗାଡି ଚଢିଯିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 8, 2023, 11:07 AM IST

Updated : Oct 8, 2023, 2:15 PM IST

ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା
ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୋଳ: ମର୍ଣ୍ଣିଂ ୱାକ୍ ହେଲା କାଳ । ଅଜଣା ଗାଡି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଆଜି(ରବିବାର) ସକାଳେ ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଯୁବକ ଦ୍ବୟ ହେଲେ ମୁକ୍ତପୁର ଗାଁର ରାଜେଶ ଶୁଣ୍ଢୀ ଏବଂ ତାଙ୍କ ସାଙ୍ଗ ମାଧବ ସୋମାଡ । ରାଜେଶ ମାଲ୍ୟାଗିରି କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ । ଆଜି ସକାଳେ ଦୁଇ ସାଙ୍ଗ ମର୍ଣ୍ଣିଂ ୱାକ ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ପାଲଲହଡା ଦେଇ କଲିକତା ବମ୍ବେକୁ ସଂଯୋଗ କରୁଥିବା 49 ନଂ ଜାତୀୟ ରାଜପଥ ନିକଟସ୍ଥ ମୁକ୍ତପୁର ଗାଁ ପାଖରେ ଥିବା ମହେନ୍ଦ୍ରା ସୋ' ରୁମ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ରାଜେଶ ଓ ମାଧବ ସାଙ୍ଗ ହୋଇ ମର୍ଣ୍ଣିଂ ୱାକରେ ଯାଇଥିଲେ । ୱାକ୍ ସାରି ଘରକୁ ଫେରିବା ବାଟରେ ଗୋଟିଏ ଟ୍ରକ ଦୁହିଁଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ରାସ୍ତାକଡ଼କୁ ଛିଟିକି ହୋଇ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ: ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଛାତ୍ରର ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

ଗାଁ ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପାଲଲହଡ଼ା ପୋଲିସ ଅଧିକାରୀ ପାରାଓ ଟୁଡୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଦୁଇ ଯୁବକଙ୍କୁ ଧକ୍କା ଦେଇଥିବା ଟ୍ରକ ଫେରାର୍ ରହିଥିବା ସୂଚନା ମିଳିଛି ।

ତେବେ ଦୁଇ ଆଦିବାସୀ ଯୁବକଙ୍କ ଅକାଳ ମୃତ୍ୟୁରେ ପାଲଲହଡ଼ା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଡାକ୍ତରଖାନାରେ ଲୋକଙ୍କ ନାହିଁ ନଥିବା ଭିଡ଼ ଲାଗିଛି । ମୃତ ଯୁବକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପାଇଁ ଅଦବାସୀ ସମାଜ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି l ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଓ ତହସିଲଦାର ସୁଦାମ ମାରାଣ୍ଡି ସେଠାରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ କିଭଳି ଉଚିତ ସରକାରୀ ସହାୟତା ମିଳିପାରିବ ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Oct 8, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.