ETV Bharat / state

ରାତି ପାହିଲେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଆବାହନ, ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ - ରାତି ପାହିଲେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଆବାହନ

ଆଲୁମିନିୟମ ନଗରୀରେ ବିରାଜିବେ ବିଶ୍ୱବିନ୍ଧାଣି । ଏଥିପାଇଁ ଅନୁଗୋଳର ଆଲୁମିନିୟମ ନଗରୀ ନାଲକୋ ଚଳଚଞ୍ଚଳ ହୋଇଉଠିଛି । ପ୍ରତିବର୍ଷ ପରି ଏଥର ବି ସହରର ଶୋଭା ବଢାଇବ ଭିନ୍ନ ଭିନ୍ନ ଥିମର ତୋରଣ । ଦେଖନ୍ତୁ ଏହି ରିପୋର୍ଟ

Biswakarma Puja in Anugul Nalco city
Biswakarma Puja in Anugul Nalco city
author img

By ETV Bharat Odisha Team

Published : Sep 16, 2023, 9:54 PM IST

ରାତି ପାହିଲେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଆବାହନ, ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

ଅନୁଗୋଳ: ରାତି ପାହିଲେ ଦେବଶିଳ୍ପୀଙ୍କ ଆବାହନ । ଧରାପୃଷ୍ଠରେ ପୂଜା ପାଇବେ ଦେବଶିଳ୍ପୀ ବିଶ୍ୱକର୍ମା । ଏଥିପାଇଁ ଅନୁଗୋଳର ଆଲୁମିନିୟମ ନଗରୀ ହୋଇ ଉଠିଛି ଚଳଚଞ୍ଚଳ । ବିଶ୍ୱ ନିର୍ମାତାଙ୍କ ପୂଜା ପାଇଁ ସଜେଇ ହୋଇଛି ପୁରା ଆଲୁମିନିୟମ ନଗରୀ । କୋଭିଡ କଟକଣା କାରଣରୁ ଗତ ୩ ବର୍ଷ ଧରି ବନ୍ଦ ରହିଥିବା ବିଶ୍ୱ ବିନ୍ଧ୍ୟାଣିଙ୍କ ପୂଜା ଏଥର ପୁରା ଧୁମଧାମରେ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ପୁରା ଶେଷ ପର୍ଯ୍ୟାୟରେ । ନାଲକୋ ପ୍ଲାଣ୍ଟର ଉଭୟ CPP ଓ ସ୍ମେଲ୍ଟରର ବିଭିନ୍ନ ବିଭାଗ ପକ୍ଷରୁ ୧୯ଟି ମଣ୍ଡପରେ ପୂଜା ପାଇବେ ବିଶ୍ୱକର୍ମା । ଯାହାପାଇଁ ପ୍ରସ୍ତୁତି ବେଶ ଜୋରସୋରରେ ଚାଲିଛି ।

ଆସନ୍ତାକାଲି ଧରାପୃଷ୍ଠରେ ପୂଜା ପାଇବେ ଦେବତାଙ୍କ ଶିଳ୍ପୀ ବିଶ୍ୱନିର୍ମାତା ବିଶ୍ୱକର୍ମା । ସହରରେ ଚାଲିଛି ପୂଜା ପ୍ରସ୍ତୁତି । ଏଥର ବି ଭଳିକି ଭଳି ତ୍ୱରଣ ସାଙ୍ଗକୁ ମୂର୍ତ୍ତି ସାଜସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରିବା ବୋଲି ଆଶା ରଖିଛନ୍ତି କମିଟି କର୍ମକର୍ତ୍ତା । ଏଥର କାଷ୍ଟ ହାଉସ A ବିଭାଗ ପକ୍ଷରୁ ଇନ୍ଦ୍ରପୁରୀ ଶୈଳୀରେ ତ୍ୱରଣ ନିର୍ମାଣ କରାଯାଇଥିବା ବେଳେ ପଟଲାଇନ ବୃନ୍ଦାବନରେ ନିର୍ମାଣଧୀନ ଇସ୍କନ ମନ୍ଦିର ଶୈଳୀରେ ତ୍ୱରଣ ନିର୍ମାଣ କରିଛି । ଯେଉଁ ମନ୍ଦିର ଆସନ୍ତା ୨୦୨୫ରେ ଲୋକାର୍ପଣ ହେବ । ଏହି ଶୈଳୀରେ ତ୍ୱରଣ ନିର୍ମାଣ କରିଛି ଏହି ପୂଜା କମିଟି ।

ଏହା ବି ପଢନ୍ତୁ- ବିରାଜିଲେ ବିଶ୍ଵବିନ୍ଧାଣି, ଝଲସୁଛି ଆଲୁମିନିୟମ ନଗରୀ

ସେହିପରି ସବୁ ତ୍ୱରଣ ଓ ମୂର୍ତ୍ତି ସାଜସଜ୍ଜା ଦେଖି ଆଖି ଝଲସି ଯିବାଭଳି ନିର୍ମାଣ ହୋଇଛି । ୩ ବର୍ଷ ବ୍ୟବଧାନ ପରେ ଏଥିର ପୂଜା ହେଉଥିବାରୁ ସବୁ ମଣ୍ଡପ ସାଜସଜ୍ଡା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଲୋଟସ ଟେମୁଲ ଶୈଳୀର ତ୍ୱରଣ ନିର୍ମାଣ କରିଥିବା ବେଳେ ଜଗତ ନିର୍ମାତାଙ୍କୁ ଶିବଙ୍କ ରୂପରେ ବିଦ୍ୟମାନ କରିଛନ୍ତି । ୧୨ଟି ଜ୍ୟୋର୍ତିଲିଙ୍ଗ ଶୈଳୀର ମଣ୍ଡପ କରି ତା' ମଧ୍ୟରେ ବିଶ୍ୱକର୍ମାଙ୍କୁ ବିରାଜମାନ କରିଛନ୍ତି । ଏହା ସହ ଚନ୍ଦ୍ରଯାନ-୩ର ପ୍ରତିକୃତି ନିର୍ମାଣ କରି ଲୋକଙ୍କ ପ୍ରଦର୍ଶନ କରିବାର ମଧ୍ୟ ଲକ୍ଷ୍ୟ ରଖିଛନ୍ତି ମଣ୍ଡପ କର୍ମକର୍ତ୍ତା । ଏଥର ମୀନାବାଜର, ଦୋଳି ଓ ପଲ୍ଲିଶ୍ରୀ ମେଳା ପଡୁଥିବାରୁ ବହୁ ଲୋକଙ୍କ ଭିଡ଼ ହେବ ବୋଲି ଆଶା କରାଯାଇଛି ।

ଆସନ୍ତା ୧୭ରୁ ଆରମ୍ଭ ହେଉଥିବା ପୁକା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଯାହା ପାଇଁ ଲୋକଙ୍କ ମନରେ ବହୁ ଉତ୍କଣ୍ଠା । ଏ ନେଇ ପୂଜାକମିଟି ସଦସ୍ୟ ମହେନ୍ଦ୍ର ବେହେରା କହିଛନ୍ତି, " ବିଶ୍ବକର୍ମା ପୂଜା ହେଉଛି ଆମର ଗଣ ପର୍ବ । ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆମେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛୁ । ମୁଖ୍ୟତଃ ଆଲୋକୀକରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଆମେ ଆଶା କରୁଛୁ ଦର୍ଶକ ଏହାକୁ ପସନ୍ଦ କରିବା ସହ ଉପଭୋଗ କରିବେ । "

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.