ETV Bharat / state

ବେଘର କଲା ବ୍ୟାଘ୍ର ପ୍ରକଳ୍ପ, ଠିକଣା ଖୋଜୁଛନ୍ତି କଟରଙ୍ଗବାସୀ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଉଚ୍ଛେଦ ହୋଇଥିବା କଟରଙ୍ଗ ଗ୍ରାମବାସୀଙ୍କ ବସତି ନେଇ ବଢୁଛି ଅଡୁଆ । ବିସ୍ତାପିତ କଟରଙ୍ଗ ଗ୍ରାମବାସୀଙ୍କୁ ଘୋର ବିରୋଧ କରୁଛନ୍ତି ସତ୍ୟଜୟପୁର ଗ୍ରାମବାସୀ । ଅଧିକ ପଢ଼ନ୍ତୁ

satyajaypur villagers opposed to displaced kataranga villagers
କୋଉଁଠି ହେବ କଟରଙ୍ଗର ନୂଆ ଠିକଣା? ନୂଆ ବସତିକୁ ନେଇ ବିରୋଧ
author img

By

Published : Sep 23, 2022, 1:31 PM IST

Updated : Sep 23, 2022, 1:41 PM IST

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଉଚ୍ଛେଦ ହୋଇଥିବା କଟରଙ୍ଗ ଗ୍ରାମବାସୀଙ୍କ ପାଇଁ ବଢୁଛି ଅଡ଼ୁଆ । ବନ ବିଭାଗ କ୍ଷତିପୂରଣ ଅର୍ଥ ଦେଇ ହାତ ଟେକି ଦେଇଛି । କିନ୍ତୁ କେଉଁଠି ରହିବେ ସେନେଇ ଚିନ୍ତାରେ କଟରଙ୍ଗ ଗ୍ରାମବାସୀ । ବନଖଣ୍ଡର କଟକ ଜିଲ୍ଲାର ନରସିଂହପୁର ବ୍ଲକ ସତ୍ୟଜୟପୁର ଗାଁ ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ପରିବାର କୁଡ଼ିଆ ତିଆରି କରୁଛନ୍ତି । ତେବେ ଏହାକୁ ସତ୍ୟଜୟପୁର ଗ୍ରାମବାସୀ ଘୋର ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ଉଚ୍ଛେଦ ହୋଇଥିବା କଟରଙ୍ଗ ଗ୍ରାମବାସୀ ଘର ତିଆରି ପାଇଁ ବ୍ୟାଘ୍ର ପ୍ରକଳ୍ପରୁ ହଜାର ହଜାର ମୂଲ୍ୟବାନ ଗଛ କାଟି ଆଣି ଜଙ୍ଗଲ ପଦା କରି ଦେଇଥିବାରୁ ବନ ବିଭାଗ ପାଇଁ ଅଡ଼ୁଆ ବଢାଇଛି ।

ଠିକଣା ଖୋଜୁଛନ୍ତି କଟରଙ୍ଗାବାସୀ

ନୂଆ ବସତି ପାଇଁ ଗାଁ ଖୋଜୁଛନ୍ତି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କୋର ଅଞ୍ଚଳରେ ଥିବା କଟରଙ୍ଗ ଗାଁ ଲୋକେ । ପ୍ରାୟ ଶହେରୁ ଅଧିକ ପରିବାରକୁ କ୍ଷତିପୂରଣ ଦେଇ ଉଠାଇ ଦେଇଛି ବନବିଭାଗ । ତେବେ ଭିଟାମାଟି ଛାଡିଥିବା କଟରଙ୍ଗ ଗ୍ରାମବାସୀ ନୂଆ ବସତିକୁ ନେଇ ବଢିଛି ଅଡୁଆ । କ୍ଷତିପୂରଣ ସିନା ପାଇଲେ ହେଲେ କେଉଁଠି ହେବ ତାଙ୍କ ନୂଆ ଠିକଣା ତାହା ଠିକ ହୋଇପାରିନି । ପ୍ରାୟ ୩୦ଟି ପରିବାର ଅଭୟାରଣ୍ୟ ଅଧିନସ୍ଥ ଜିଲିଣ୍ଡା ରେଞ୍ଜର କଟକ ଜିଲ୍ଲା ନରସିଂହପୁର ବ୍ଲକ ସତ୍ୟଜୟପୁର ଗାଁର ସରକାରୀ ଜମିରେ ଘର କରି ରହିବାକୁ ଡେରା ପକାଇଛନ୍ତି । ସେମାନେ ଗାଁର ଗୋଚର ଓ ଶ୍ମଶାନ ଜମିରେ ଘର କରୁଥିବାରୁ ଏହାକୁ ନେଇ ଏବେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ସତ୍ୟଜୟପୁର ଗ୍ରାମବାସୀ କହିଛନ୍ତି," ବିସ୍ତାପିତ ହେବାପରେ ସେମାନେ ଅନୁଗୋଳ ଜିଲ୍ଲାରେ ରହିବା ଦରକାର । ଆମ ଜିଲ୍ଲାକୁ ଆସି ଗୋଚର ଜମି ଉପରେ ଜବର ଦଖଲ କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।"

ଏହା ମଧ୍ୟ ପଢ଼ନ୍ତୁ: ଲୋକଙ୍କ ପୁନର୍ବାସ ନେଇ ପ୍ରଶାସନ ନେଇନି ପଦକ୍ଷେପ, ଧାରଣାରେ ଗ୍ରାମବାସୀ

କଟରଙ୍ଗରୁ ଉଠି ଆସିଥିବା ଗ୍ରାମବାସୀ ଆଖପାଖ ଜଙ୍ଗଲରୁ ବ୍ୟାପକ ପରିମାଣର ଶାଳ, ଶାଗୁଆନ ଓ ଅନ୍ୟାନ୍ୟ ମୂଲ୍ୟବାନ ଗଛ କାଟି ଆଣିଛନ୍ତି । ସେହି କାଠ ସବୁ ସତ୍ୟଜୟପୁର ଗାଁ ସରକାରୀ ଜମିରେ ମହଜୁଦ ରଖିଛନ୍ତି । ବ୍ୟାଘ୍ର ପ୍ରକଳ୍ପରୁ ବେଆଇନ ଭାବେ ଗଛ କାଟିବାକୁ ସତ୍ୟଜୟପୁର ଗାଁ ଲୋକେ ବିରୋଧ କରିଛନ୍ତି । ଏନେଇ ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ପଚାରିଲେ କୌଣସି ଉତ୍ତର ଦେଉନାହାନ୍ତି । କିଛି ବି କହିବାକୁ ମନା କରୁଛନ୍ତି । ଗୋଟିଏ ପଟେ ଉଠି ଆସିଥିବା କଟରଙ୍ଗ ଗ୍ରାମବାସୀ ଓ ଅନ୍ୟ ପଟେ ସତ୍ୟଜୟପୁର ଗ୍ରାମବାସୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା ।

ବନ ବିଭାଗ କ୍ଷତିପୂରଣ ଅର୍ଥ ଦେଇ ନିଜର ଦାୟିତ୍ୱ ସାରି ଦେଇଥିବାରୁ କୌଣସି କଥାରେ ମୁଣ୍ଡ ଭର୍ତ୍ତି କରୁନାହିଁ । ବ୍ୟାଘ୍ର ପ୍ରକଳ୍ପରୁ ଗାଁ ଉଚ୍ଛେଦ ପରେ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବାର ନିୟମ ନାହିଁ । ତେଣୁ ଏଠାରେ ବନ ବିଭାଗର କୌଣସି ଭୂମିକା ନାହିଁ । ସ୍ଥାନୀୟ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନ ନକଲେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Sep 23, 2022, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.