ETV Bharat / state

ରାଜ୍ୟର ତୃତୀୟ ରାମସାର କ୍ଷେତ୍ର ଭାବେ ସାତକୋଶିଆକୁ ମିଳିଲା ମାନ୍ୟତା - ଅନୁଗୋଳ ନ୍ୟୁଜ

ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ରର ମାନ୍ୟତା । ସାତକୋଶିଆ ଗର୍ଜ(Satakosia Gorge) ଅର୍ଥାତ ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମର୍ଗ । ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ରର ମାନ୍ୟତା ମିଳିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପରିବେଶବିତ୍ । ଅଧିକ ପଢନ୍ତୁ

Anugul Satakosia Gorge designated as Ramsar Site
ସାତକୋଶିଆକୁ ମିଳିଲା ଆନ୍ତର୍ଜାତୀୟ ରାମସାର କ୍ଷେତ୍ରର ମାନ୍ୟତା
author img

By

Published : Aug 4, 2022, 2:38 PM IST

ଅନୁଗୋଳ: ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା (Ramsar Site in Odisha)। ଚିଲିକା ଓ ଭିତରକନିକା ପରେ ଓଡିଶାର ତୃତୀୟ ରାମସାର ସାଇଟ ଭାବେ ସ୍ଥାନ ପାଇଛି ସାତକୋଶିଆ ଗଣ୍ଡ । କୌଣସି କ୍ଷେତ୍ରର ଜୈବ ବିବିଧତାକୁ ବଜାୟ ରଖିବାରେ ଏହା ବିଶେଷ ଭୁମିକା ନିଭାଇଥାଏ । ସାତକୋଶିଆ ଗର୍ଜ( Satakosia Gorge) ଅର୍ଥାତ ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ । ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପରିବେଶ ବିତ ।

ସାତକୋଶିଆକୁ ମିଳିଲା ଆନ୍ତର୍ଜାତୀୟ ରାମସାର କ୍ଷେତ୍ରର ମାନ୍ୟତା

ଅନୁଗୋଳ ଜିଲ୍ଲାର ସାତକୋଶିଆ ଗଣ୍ଡ ଏବେ ଅନ୍ତର୍ଜାତୀୟ ଆର୍ଦ୍ ଭୂମି ତାଲିକାରେ ସ୍ଥାନ ପାଇଛି । ଅନ୍ତର୍ଜାତୀୟ ୱେବ ସାଇଟ ରାମସାର ଏହାକୁ ନିଜ ସାଇଟରେ ସ୍ଥାନ ଦେଇଛି । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକା ଏହି ତାଲିକାରେ ସ୍ଥାନ ପାଇଥିଲା । ତେଣୁ ସାତକୋଶିଆ ଭଳି ଜୈବ ବିବିଧତା ଗଣ୍ଡ ଓଡିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ତୃତୀୟ ହୋଇଥିବାବେଳେ ଆମ ଦେଶ ପାଇଁ ୬୪ ନମ୍ବର ସ୍ଥାନରେ ରହିଛି । ଏହା ଆମ ରାଜ୍ୟ ତଥା ଦେଶ ପାଇଁ ନିଶ୍ଚିତ ଭାବେ ଗର୍ବର କଥା । ଏହାକୁ ନେଇ ପରିବେଶବିତ ମାନେ ଖୁସିବ୍ୟକ୍ତ କରିଛନ୍ତି ।

ସାତକୋଶିଆ ଗଣ୍ଡ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ବିରଳ । ଏଠାରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା ସହ ଶହ ଶହ ପ୍ରଜାତିର ଜଳଚର ପ୍ରାଣୀ, ମାଛ, ପତଙ୍ଗ, ସରୀସୃପ ଓ ଅନ୍ୟାନ୍ୟ ବିରଳ ବନ୍ୟଜନ୍ତୁ ଅଛନ୍ତି । ଏହି ଗଣ୍ଡ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ତେଣୁ ଏହାକୁ ଅନ୍ତର୍ଜାତୀୟ ଆଦ୍ରଭୂମି ତାଲିକାରେ ସାମିଲ କରିବାକୁ ବହୁ ପୂର୍ବରୁ ବିଭିନ୍ନ ପରିବେଶୀୟ ଅନୁଷ୍ଠାନ ଦାବି କରି ଆସୁଥିଲେ । ଶେଷରେ ଏହା ସଫଳ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.