ଅନୁଗୋଳ: ସମଲ ବ୍ୟାରେଜ ବୁଡି଼ ଅଞ୍ଚଳର ଲୋକଙ୍କ ଅନଶନ ଧମକ । ସରକାରୀ ଘୋଷଣା ନାମା ପରେବି ମିଳୁନି କ୍ଷତିପୂରଣ । ଯାହାକୁ ନେଇ ଆସନ୍ତୋଷ ବ୍ୟକ୍ତ କରିଛନ୍ତି 6ଟି ଗ୍ରାମର ଲୋକ । ଦାବି ନମାନିଲେ ଆସନ୍ତା 26 ତାରିଖରେ ଆନ୍ଦୋଳନ ପରେ ଅନଶନ କରିବାକୁ ଚରମ ଚେତାବନୀ ଦେଇଛନ୍ତି । ଏନଟିପିସି (NCPT) ଓ ଜେଆଇଟିପିଏଲ(JITPL) ପାୱାର ପ୍ଲାଣ୍ଟକୁ କଞ୍ଚାମାଲ ତଥା ଅନ୍ୟାନ ଆବଶକ୍ୟ ସାମଗ୍ରୀ ଯାଇପାରିବ ନାହିଁ ।
ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକରେ ଥିବା ସମଲ ବ୍ୟାରେଜ ଯୋଗୁଁ କ୍ଷତିଗ୍ରସ୍ତ ୬ଟି ଗାଁର ଲୋକଙ୍କ ଚରମ ଚେତାବନୀ । ଦୀର୍ଘ ବର୍ଷ ହେଲା ସେମାନେ ବ୍ୟାରେଜ ଯୋଗୁଁ ନିଜର ଭିଟାମାଟି ସବୁକିଛି ହରାଇଥିଲେ ମଧ୍ୟ ସେମାନଙ୍କୁ ଏଯାଏଁ ଥଇଥାନ କରାଯାଇ ନାହିଁ। ସେମାନେ ବାରମ୍ବାର ଜଳ ସମ୍ପଦ ବିଭାଗ ଠାରୁ ସ୍ଥାନୀୟ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି । ଏତା ସତ୍ତ୍ବେ ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । ଫଳରେ ଶତାଧିକ ପରିବାର ନାନା ହଇରାଣ ହେଉଛନ୍ତି ।
ଏନେଇ ୬ଟି ଗାଁର ପ୍ରତିନିଧିମାନେ ଏକ ଜରୁରୀ ବୈଠକ କରିଥିଲେ । ସେ ବୌଠକରେ ନିଷ୍ପତ୍ତି ହୋଇଛି ଯେ, ଆସନ୍ତା ୨୬ ତାରିଖ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶୃତି ନମିଳିଲେ ସେମାନେ ସମଲ ବ୍ୟାରେଜ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ । ତାପରେ ବି ଯଦି କିଛି ବିକଳ୍ପ ନବାହାରେ ସେ ରାସ୍ତା ଦେଇ ଯାଉଥିବା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଗାଡି ବନ୍ଦ କରାଯିବ । ଏନଟିପିସି (NCPT) ଓ ଜେଆଇଟିପିଏଲ(JITPL) ପାୱାର ପ୍ଲାଣ୍ଟକୁ କଞ୍ଚାମାଲ ତଥା ଅନ୍ୟାନ ଆବଶକ୍ୟ ସାମଗ୍ରୀ ଯାଇପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ଓଡିଶାରେ ମିଳିଲା କଳାଟଙ୍କାର ପାହାଡ, ବିଜେପିର ଶାଣିତ ପ୍ରଶ୍ନ କାହିଁକି ଚୁପ ମୁଖ୍ୟମନ୍ତ୍ରୀ
2012 ମସିହାରେ ସମସ୍ତ ଗାଁକୁ ନୋଟିସ୍ ଦିଆଯାଇଥିଲା । ପ୍ରତିଶ୍ରୁତି ଦିଆଯାଇଥିଲା ଯେ, କ୍ଷତିପୂରଣ ସହିତ ଥଇଥାନ ବ୍ୟବସ୍ଥା ମଧ୍ୟ କରାଯିବ । 2016 ମସିହାରେ ସେମାନଙ୍କୁ କ୍ଷତିପୂରଣ ଟଙ୍କା ମିଳିଥିଲା ସତ କିନ୍ତୁ ଥଇଥାନ ବ୍ୟବସ୍ଥା କରାଯାଇ ନଥିଲା । ଫଳରେ ସେମାନେ ନଈକୂଳ ତଥା ଜଙ୍ଗଲରେ ରହିବା ଆରମ୍ଭ କରିଥିଲେ । ନଈ କୂଳରେ ରହୁଥିବା ଲୋକେ ବର୍ଷାଦିନରେ ହଇରାଣ ହେଉଛନ୍ତି । ନଈ କୂଳ ହୋଇଥିବାରୁ ବର୍ଷାଦିନରେ ମାଟି ଆତଡ଼ା ଖସିବା ସହିତ ଘର ଭାସି ଯିବା ଆଦିର ସମ୍ମୁଖିନ ହେଉଛନ୍ତି । କେତେ ଜଣ ଗାଁ ଛାଡ଼ି ମଧ୍ଯ ଚାଲିଗଲେଣି । କେବଳ ସେତିକି ନୁହେଁ, ବିଜୁଳି ଯୋଗାଉ ଥିବା ଅଞ୍ଚଳ ଦିନ ତମାମ ଅନ୍ଧାରରେ ରହୁଥିବା ଅଭିଯୋଗ ଆସିଛି ।
ଇଟିଭି ଭାରତ, ଅନୁଗୋଳ