ଅନୁଗୋଳ:ସମ୍ପତ୍ତି ପାଇଁ ପୁଅର ଜୀବନ ନେଲେ ସମ୍ପର୍କୀୟ । ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁର ଚିତଲପୁର ସାହିରେ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଚିତଲପୁର ସାହିର ଲକ୍ଷ୍ମଣ ଗୋଚ୍ଛାୟତକୁ ତାଙ୍କ ପରିବାରର କିଛି ସଦସ୍ୟ ହତ୍ୟା କରିଥିବା ଲକ୍ଷ୍ମଣଙ୍କ ଭଉଣୀ ଅଭିଯୋଗ କରିଛନ୍ତି l ତାଙ୍କ କହିବା ଅନୁସାରେ ତାଙ୍କ ମାମୁଁ ଘନ, ଭାଇ ରାଜ ଓ ଟୁରୁ ଗୋଚ୍ଛାୟତ ଗତ ଶୁକ୍ରବାର ରାତିରେ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଘର ପାଖରେ ଥିବା ପଡିଆରେ ପୋତି ଦେଇଥିଲେ । କଣିହାଁ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।
ମୃତକର ଦେହରେ ଅନେକ ହଣା ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତେବେ ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ପୋଷ୍ଟମର୍ଟମ ପାଇଁ ତାଳଚେର ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି l
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ