ETV Bharat / state

ସତକୋଶିଆ ମହାନଦୀ ଗଣ୍ଡରେ ବଡ ହେଉଛନ୍ତି ଘଡିଆଳ ଛୁଆ

ଅନୁଗୋଳ ସତକୋଶିଆ ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଛୁଆ ବଢ଼ିବାରେ ଲାଗିଛନ୍ତି। ସୁରକ୍ଷିତ ଭାବେ ୨୮ଟି ଯାକ ଛୁଆ ଏବେ ବଡ଼ ହେବାକୁ ଲାଗିଲେଣି । ମା’ ଘଡ଼ିଆଳ କିଛି ସମୟ ପାଇଁ ଛୁଆଙ୍କ ଠାରୁ ଅଲଗା ହୋଇ ଖାଦ୍ୟ ଅନ୍ୱେଷଣରେ ଯାଉଛି । ଅଧିକ ପଢନ୍ତୁ...

ସତକୋଶିଆ ମହାନଦୀ ଗଣ୍ଡରେ ବଡ଼ ହେଉଛନ୍ତି ଘଡ଼ିଆଳ ଛୁଆ

author img

By

Published : Jun 11, 2021, 8:25 PM IST

ଅନୁଗୋଳ: ସତକୋଶିଆ ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଛୁଆ ବଢ଼ିବାରେ ଲାଗିଛନ୍ତି । ସୁରକ୍ଷିତ ଭାବେ ୨୮ଟି ଯାକ ଛୁଆ ଏବେ ବଡ଼ ହେବାକୁ ଲାଗିଲେଣି। ମା’ ଘଡ଼ିଆଳ କିଛି ସମୟ ପାଇଁ ଛୁଆଙ୍କ ଠାରୁ ଅଲଗା ହୋଇ ଖାଦ୍ୟ ଅନ୍ୱେଷଣରେ ଯାଉଛି।

ସତକୋଶିଆ ମହାନଦୀ ଗଣ୍ଡରେ ବଡ଼ ହେଉଛନ୍ତି ଘଡ଼ିଆଳ ଛୁଆ

ଛୁଆ ଗୁଡିକ ନଦୀରେ ଖେଳିବା ସହ ବାଲିରେ ଗଡୁଛନ୍ତି । ନିଜେ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ କରୁଛନ୍ତି । ତେବେ ଛୁଆ ମାନେ ଯେତିକି ବଡ଼ ହେଉଛନ୍ତି ସେମାନଙ୍କ ସୁରକ୍ଷା ସେତିକି କଡାକଡି କରାଯାଉଛି । ସାତକୋଶିଆ ଅଭୟାରଣ୍ୟ ଟିକରପଡା ରେଞ୍ଜ ଅନ୍ତର୍ଗତ ବଲଦମରା ନିକଟରେ ଘଡ଼ିଆଳ ଛୁଆ ଥିବାରୁ ସେ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିଶିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସେ ଅଞ୍ଚଳରେ ଦୁଇଟି ଅସ୍ଥାୟୀ ଟେଣ୍ଟ କରାଯାଇଛି। ସେଠାରେ ଅସ୍ଥାୟୀ ଭାବେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଏହାଛଡା ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ସ୍କ୍ବାର୍ଡ ଦିନରାତି କାଠ ଡ଼ଙ୍ଗାରେ ପାଇଁତରା ମାରୁଛନ୍ତି । ଅତ୍ୟାଧୁନିକ କ୍ୟାମେରାରେ ଘଡ଼ିଆଳ ମାନଙ୍କ ଗତିବିଧି ଲକ୍ଷ କରାଯାଉଛି। ତେଣୁ, ଗତ ମେ ମାସ ୨୨ ତାରିଖରେ ସେଠାରେ ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। ସେବେଠାରୁ ସେମାନଙ୍କୁ ବନ ବିଭାଗ ତରଫରୁ ସୁରକ୍ଷା ଦିଆଯାଉଛି। ଘଡ଼ିଆଳ ଏକ ବିରଳ ପ୍ରଜାତିର ପ୍ରାଣୀ । ସବୁ ସ୍ଥାନରେ ଏହି ପ୍ରଜାତିର ପ୍ରାଣୀ ଦେଖା ଯାଆନ୍ତି ନାହିଁ । ଦୀର୍ଘ ୪୦ ବର୍ଷ ପରେ ସତକୋଶିଆରେ ପ୍ରାକୃତିକ ପରିବେଶରେ ଘଡ଼ିଆଳ ଛୁଆ ଦେବା ଏକ ବିରଳ ଘଟଣା। ଏନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.