ETV Bharat / state

କିନ୍ନର ସଂଘ ପକ୍ଷରୁ ରେନବୋ ପ୍ରାଇଡ଼ ୱାକ କାର୍ଯ୍ୟକ୍ରମ - ଅନୁଗୋଳରେ କିନ୍ନର ସଂଘ

ଆଜି ଅନୁଗୋଳ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ରେନବୋ ପ୍ରାଇଡ଼ ୱାକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସାଥି ପରିବାର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କିନ୍ନର ଏକାଠି ହୋଇଥିଲେ । ଅଧିକ ପଢ଼ନ୍ତୁ

rainbow pride walk program by transgender in anugul
କିନ୍ନର ସଂଘ ପକ୍ଷରୁ ରେନବୋ ପ୍ରାଇଡ଼ ୱାକ କାର୍ଯ୍ୟକ୍ରମ
author img

By

Published : Jun 25, 2022, 5:12 PM IST

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ରେନବୋ ପ୍ରାଇଡ଼ ୱାକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଥି ପରିବାର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କିନ୍ନର ଏକାଠି ହୋଇଥିଲେ ।

କିନ୍ନର ସଂଘ ପକ୍ଷରୁ ରେନବୋ ପ୍ରାଇଡ଼ ୱାକ କାର୍ଯ୍ୟକ୍ରମ

ଜିଲ୍ଲାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକାଠି ହୋଇ ବାଜା ବଜାଇ ଶୋଭାଯାତ୍ରା କରି କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲେ । ସମାଜରେ କିନ୍ନର ମାନଙ୍କ ପ୍ରତି ବହୁ ଲୋକଙ୍କର ଘୃଣା ମନୋଭାବ ରହିଛି । ବହୁ କିନ୍ନରଙ୍କୁ ସେମାନଙ୍କ ପରିବାର ଲୋକ ଆକଟ କରି ଘର ଭିତରେ ରଖିଛନ୍ତି। ଫଳରେ ସେମାନେ ତାଙ୍କ ଜୀବନର ଲକ୍ଷ୍ୟ ସାଧିତ କରି ପାରୁନାହାନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିନ୍ନର ମାନଙ୍କୁ ଏକାଠି କରି ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ବାହାରକୁ ଆଣିବା ଲକ୍ଷ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା କିନ୍ନର ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.