ETV Bharat / state

30 ବର୍ଷରେ ଅନୁଗୋଳ, ଆୟୋଜିତ ହେଲା ରାହାଗିରି - ଜିଲ୍ଲା ଗଠନର 30 ବର୍ଷ ପୂର୍ତ୍ତି

ଅନୁଗୋଳ ଜିଲ୍ଲା ଗଠନକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ରାହାଗିରି ବା ପଥଉତ୍ସଵ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଅଧିକ ପଢନ୍ତୁ

30 ବର୍ଷରେ ଅନୁଗୋଳ
30 ବର୍ଷରେ ଅନୁଗୋଳ
author img

By

Published : Dec 18, 2022, 1:46 PM IST

30 ବର୍ଷରେ ଅନୁଗୋଳ

ଅନୁଗୋଳ: ଜିଲ୍ଲା ପାଳୁଛି ଜିଲ୍ଲା ଗଠନର 30 ବର୍ଷ ପୂର୍ତ୍ତି । ଏହାପାଇଁ ଜିଲ୍ଲାବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଆଜି ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ରାହାଗିରି ବା ପଥଉତ୍ସଵ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ BED କଲେଜ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଥଲା ବିଭିନ୍ନ କଳା ପ୍ରତିଭା । ଯୋଗ ଠାରୁ ଆରମ୍ବ କରି ଡ୍ୟାନ୍ସ, ଜୁମ୍ବ ଠାରୁ ଆରମ୍ଭ କରି କରାଟେ ଏଭଳି କେତେକଣ କଳା ପ୍ରତିଭା ଦେଖିଥିଲେ ଦର୍ଶକ ।

ପୁରା ତିନି ଘଣ୍ଟା କାଳ ରାସ୍ତାକୁ ନିଜ କବ୍ଜାକୁ ନେଇଥିଲେ ଅନୁଗୋଳ ସହରବାସୀ । ଧୁଡୁକି ବାଦ୍ୟ ଠାରୁ ଆରମ୍ଭ କରି ମହିମା ଧର୍ମି ଖଞ୍ଜଣି ସଙ୍ଗୀତ ପରିବେଷଣ ଦେଖୁଥିଲେ ସହରବାସୀ । ଶୀତୁଆ ସକାଳରେ ଏହି ପଥ ଉତ୍ସବକୁ ମନଭରି ଉପଭୋଗ କରିଥିଲେ ସମସ୍ତେ । ଛୁଆ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହାର ମଜା ନେଇଥିଲେ।

ଏହା ମଧ୍ୟ ପଢନ୍ତୁ: Bihar Hooch Tragedy: ଗଲାଣି ୭୫ ଜୀବନ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଉପ ବାଚସ୍ପତି ରଜନୀକାନ୍ତ ସିଂ, ଜିଲ୍ଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମିନା ଓ ଅନ୍ୟ ଅତିଥିମାନେ ଏହି ଉତ୍ସବକୁ ଉଦଘାଟନ କରିବା ସହ ପୁରା ଅଞ୍ଚଳରେ ହେଉଥିବା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ । କଳା ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ଏକ ପ୍ରୟାସ ହୋଇଥିଲା ଏଥର ପଥ ଉତ୍ସବ । ସେହିପରି ଜିଲ୍ଲାର ତାଳଚେର, ପାଲଲହଡା ଓ ଆଠମଲ୍ଲିକ ଉପ ଖଣ୍ଡରେ ମଧ୍ୟ ଉତ୍ସବକୁ ବେଶ ଉତ୍ସାହ ସହକାରେ ପାଳନ କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.