ETV Bharat / state

ଅନୁଗୋଳରେ ଆରମ୍ଭ ହେଲା ରାହାଗିରି ଉତ୍ସବ - ଅନୁଗୋଳରେ ରାହାଗିରି ଉତ୍ସବ

ରାଜ୍ୟରେ ପ୍ରଥମ କରି ଆରମ୍ଭ ହେଲା ରାହାଗିରି। ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ରାହାଗିରି ଉତ୍ସବ ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ

rahagiri day celebrated in angul
ଅନୁଗୋଳରେ ଆରମ୍ଭ ହେଲା ରାହାଗିରି ଉତ୍ସବ
author img

By

Published : Apr 1, 2022, 2:50 PM IST

ଅନୁଗୋଳ: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେଲା ରାହାଗିରି। ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ରାହାଗିରି ଉତ୍ସବ ଅନୁଷ୍ଠିତ ହୋଇଛି। କୋରୋନା କଟକଣା କୋହଳ ହେବାପରେ ପ୍ରଥମ ଥର ଏକାଠି ହୋଇଛନ୍ତି ଅନୁଗୋଳବାସୀ।

ଅନୁଗୋଳରେ ଆରମ୍ଭ ହେଲା ରାହାଗିରି ଉତ୍ସବ

ଆଜି ଅନୁଗୋଳ ଜିଲ୍ଲା ପାଳୁଛି ଜିଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ରାହାଗିରି ବା ପଥ ଉତ୍ସବ । ରାହାଗିରି ଉତ୍ସବ ଅବସରରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସାମ୍ନା ରାସ୍ତାରୁ BED କଲେଜ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର କୁନିକୁନି ପିଲାମାନେ ନିଜର କଳା ପରିଦର୍ଶନ କରିଥିଲେ। ଦୀର୍ଘ ଦୁଇ ବର୍ଷର କଟକଣା ପରେ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା।

ଉପ ବାଚସ୍ପତି ରଜନୀ କାନ୍ତ ସିଂ ଏହି ଉତ୍ସବର ଉଦଘାଟନ କରିଥିଲେ। ଏଥିସହ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ଜିଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଏସ୍ପି ଜଗମୋହନ ମିନା ପ୍ରମୁଖ ସାମିଲ ହୋଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.