ETV Bharat / state

ଜବରଦଖଲ ଉଚ୍ଛେଦ ବେଳେ ପ୍ରତିବାଦ, ପୋଲିସ ଆଗରେ ଶୋଇଲେ ଲୋକେ - ପୋଲିସ ଆଗରେ ଶୋଇଲେ ଲୋକେ

ଅନୁଗୋଳ ପୌରପାଳିକାର ୮ନଂ ୱାର୍ଡ ହୁଲୁରିସିଙ୍ଗା ଠାରେକ୍ଲବ ଘର ବଦଳରେ ଉକ୍ତ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିବାବେଳେ, ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଅଧିକ ପଢନ୍ତୁ...

ଜବରଦଖଲ ଉଚ୍ଛେଦ ବେଳେ ପ୍ରତିବାଦ, ପୋଲିସ ଆଗରେ ଶୋଇଲେ ଲୋକେ

author img

By

Published : Dec 20, 2020, 8:08 AM IST

ଅନୁଗୋଳ: ଜବରଦଖଲ ଉଚ୍ଛେଦକୁ ବିରୋଧ କରି ପୋଲିସ ଆଗରେ ଶୋଇଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳରେ । ଜିଲ୍ଲା ପୌରପାଳିକାର ୮ନଂ ୱାର୍ଡ ହୁଲୁରିସିଙ୍ଗା ଠାରେ ଥିବା ସରକାରୀ ଜମି ଉଚ୍ଛେଦ ସମୟରେ ଲୋକେ କରିଛନ୍ତି ଏଭଳି ପ୍ରତିବାଦ । ଫଳରେ ଉଚ୍ଛେଦ ନ କରି ଫେରିଛି ପ୍ରଶାସନ।

ଜବରଦଖଲ ଉଚ୍ଛେଦ ବେଳେ ପ୍ରତିବାଦ, ପୋଲିସ ଆଗରେ ଶୋଇଲେ ଲୋକେ

ସୂଚନାନୁସାରେ, ୱାର୍ଡର ସ୍କୁଲ ପାଖରେ ଏକ ଅଙ୍ଗନାବାଡି କେନ୍ଦ୍ର ପାଇଁ ପୂର୍ବରୁ ପ୍ରସ୍ତାବ ରହିଥିବା ବେଳେ, କିଛି ଲୋକ ଏହାକୁ ବିରୋଧ କରି ଗତ କିଛି ବର୍ଷ ତଳେ ଏହାକୁ କରାଇଦେଇ ନଥିଲେ । ବରଂ ଅଙ୍ଗନବାଡି କେନ୍ଦ୍ର ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବେଆଇନ ଭାବେ ଏକ କ୍ଲବ ଘର ନିର୍ମାଣ କରୁଥିଲେ। ଯାହାକୁ ଉଚ୍ଛେଦ ପାଇଁ ଯାଇଥିଲା ଅନୁଗୋଳ ପୌର ପ୍ରଶାସନ । ପୋଲିସ ସହାୟତାରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଯାଇଥିବା ବେଳେ ସାହିର ପୁରୁଷ ଓ ମହିଳା ଏହାକୁ ବିରୋଧ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ମହିଳା ମାନେ ପୋଲିସର ଗୋଡ ତଳେ ପଡିବା ପାଇଁ ଉଦ୍ୟମ କରିବା ସହ ତାଙ୍କ କ୍ଲବ ଘରକୁ ନ ଭାଙ୍ଗିବାକୁ ଦାବି କରି ତଳେ ଗଡି ପ୍ରତିବାଦ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ଘଟଣାସ୍ଥଳରେ ବିଜେପି ନେତା ପହଞ୍ଚି ଆନ୍ଦୋଳନରେ ସାମିଲ ହେବା ସହ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ୱାର୍ଡରେ ଅଙ୍ଗନାବାଡି ସେଣ୍ଟର ନଥିବାରୁ କ୍ଲବ ଘର ହୋଇଥିବା ସ୍ଥାନରେ ଅଙ୍ଗନବାଡି ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.