ETV Bharat / state

ନୂତନ ଶ୍ରମିକ କୋଡ଼ ପୋଡିଲେ ସମୂହ ଶ୍ରମିକ ସଂଗଠନ

author img

By

Published : Feb 3, 2021, 3:30 PM IST

ଶ୍ରମ ଆଇନ ସଂଶୋଧନକୁ ବିରୋଧ କରି ଅନୁଗୋଳରେ ଟ୍ରେଡ଼ ୟୁନିଅନ ପକ୍ଷରୁ ବିକ୍ଷୋଭ । ନୂତନ ଶ୍ରମିକ କୋଡ଼ ପୋଡିଲେ ସମୂହ ଶ୍ରମିକ ସଂଗଠନ । ଅଧିକ ପଢନ୍ତୁ...

Protests by trade unions in Anugol against labor law amendments
ନୂତନ ଶ୍ରମିକ କୋଡ଼ ପୋଡିଲେ ସମୂହ ଶ୍ରମିକ ସଂଗଠନ

ଅନୁଗୋଳ : ଶ୍ରମ ଆଇନ ସଂଶୋଧନକୁ ବିରୋଧ କରି ଅନୁଗୋଳରେ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ୟୁନିଅନର ଶତାଧିକ କର୍ମକର୍ତ୍ତା ବସଷ୍ଟାଣ୍ଡ ଠାରେ ଏକାଠି ହୋଇ ବିକ୍ଷୋଭ କରିଥିଲେ। କେନ୍ଦ୍ର ସରକାର ଶ୍ରମ ଆଇନକୁ ୪ଟି କୋଡ଼ରେ ଅନ୍ତର୍ଭୂକ୍ତ କରିଛନ୍ତି । ଯାହାକି ଶ୍ରମିକଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି ।

ତେଣୁ ଏହାକୁ ବିରୋଧ କରି ସାରା ଦେଶରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅନୁଗୋଳରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଥିଲା। AITUC ଓ CITU ସମେତ ଅନ୍ୟ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନର ଅନୁଗୋଳ ଶାଖା ପକ୍ଷରୁ ପ୍ରତିବାଦ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.