ETV Bharat / state

ଅନୁଗୋଳରେ ସ୍କୁଲ ବନ୍ଦକୁ ବିରୋଧ କରି ବିକ୍ଷୋଭ

author img

By

Published : Dec 16, 2020, 2:28 PM IST

ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଆବଶ୍ୟକ ଛାତ୍ରଛାତ୍ରୀ କମ ଥିବା ସ୍କୁଲ ବନ୍ଦକୁ ବିରୋଧ କରି ଏସୟୁଆଇ ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ...

ଅନୁଗୋଳରେ ସ୍କଲ ବନ୍ଦକୁ ବିରୋଧ କରି ବିକ୍ଷୋଭ
ଅନୁଗୋଳରେ ସ୍କଲ ବନ୍ଦକୁ ବିରୋଧ କରି ବିକ୍ଷୋଭ

ଅନୁଗୋଳ: ଜାତୀୟ ଶିକ୍ଷାନୀତି 2020 ଅନୁସାରେ 20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି ଏସୟୁସିଆଇ । ଏ ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ରାଜ୍ୟରେ 14ହଜାର 339ଟି ସ୍କୁଲ ଓ 14ଟି ସରକାରୀ ବି. ଏଡ କଲେଜକୁ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି ଏସୟୁସିଆଇ ଦଳ । ଗାଁରେ ଥିବା ସ୍କୁଲ ଗୁଡିକୁ ଏବେ ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଥିବାରୁ ତା ବିରୁଦ୍ଧରେ ସ୍ବରର ଉଠାଇଛନ୍ତି ମାଟିଆ ସାହି , ବଲଙ୍ଗ, ତଲସିରା, ଟୁଲୁକା ଆଦି ଗାଁ ଲୋକେ। ସ୍କୁଲ ତାଙ୍କ ମା ତାକୁ ବନ୍ଦ ନ କରିବାକୁ ଜୋରଦାର ଦାବି ହୋଇଛି ।

ଅନୁଗୋଳରେ ସ୍କଲ ବନ୍ଦକୁ ବିରୋଧ କରି ବିକ୍ଷୋଭ

କମ୍ୟୁନିଷ୍ଟ ଡାକରାରେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ତାଙ୍କ ସ୍କୁଲକୁ ତାଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି। ଜିଲ୍ଲାର 200 ରୁ ଅଧିକ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରିବାକୁ ହୋଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଛି ଏସୟୁସିଆଇ ଦଳ ।

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ ପୂର୍ବରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆନ୍ଦୋଳନକାରୀ ସହର ପରିକ୍ରମା କରିଛନ୍ତି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାନ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.