ଅନୁଗୋଳ: ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ପାଖରେ ନା ଅଛି ସୂଚନା ନା ଅଛି ଲୋକ ସମ୍ପର୍କ । ବରଂ ଲୋକ ସମ୍ପର୍କ ରଖିବା ପରିବର୍ତ୍ତେ ସେ ଗଣମାଧ୍ୟମକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି । ଆଜି ଏଭଳି ଏକ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାର ବିରୁଦ୍ଧରେ। ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦେବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲାର ସାମ୍ବାଦିକମାନେ।
ଡିଆଇପିଆରଓ(DIPRO)ଙ୍କ ବହିଷ୍କାର ଦାବିରେ ଆଜି ତାଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି । ଦାୟିତ୍ୱରେ ଥିବା DIPRO ହେମନ୍ତ କୁମାର ନାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଜିଲ୍ଲାର ସାମ୍ବାଦିକ ମାନେ DIPROଙ୍କ କାର୍ଯ୍ୟାଳୟରେ ସାମ୍ବାଦିକମାନେ ତାଙ୍କ ବହିଷ୍କାର ଦାବି କରିବା ସହ ନରବାଜି କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଅଫିସର ଜଣକ ନିଜକୁ ରକ୍ଷା କରିବା ପାଇଁ ପୋଲିସର ସାହାଯ୍ୟ ନେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଆବେଦନ ନେଇ ନିଜସ୍ୱ ନିୟମ ପ୍ରଣୟନ କରୁଛନ୍ତି ଡିଆଇପିଆରଓ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯିଏ ଜିଲ୍ଲାରେ ସରକାରଙ୍କ ମୁଖପାତ୍ର ସବୁ ସୂଚନା ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇବା କଥା ତାଙ୍କର ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କିଭଳି ଲୋକ ସମ୍ପର୍କ ରହୁଥିବା ତାହା ସ୍ପଷ୍ଟ ଅନୁମେୟ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ