ETV Bharat / state

ଠକିଦେଲା ପ୍ରଶାସନ; ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପାଇଁ ସତ୍ୟାଗ୍ରହ - Angul

ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପାଇଁ ସତ୍ୟାଗ୍ରହ । ଅନୁଗୋଳରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସହର ମଧ୍ୟରେ ଥିବା ଗାନ୍ଧୀ ମାର୍ଗରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶୃତି ଦେଇ ସେଥିରୁ ଓହରି ଯିବାରୁ ତାର ପ୍ରତିବାଦରେ ସତ୍ୟାଗ୍ରହ ହୋଇଛି । ଅଧିକ ପଢନ୍ତୁ...

ସତ୍ୟାଗ୍ରହ
ସତ୍ୟାଗ୍ରହ
author img

By

Published : Oct 2, 2021, 10:50 PM IST

ଅନୁଗୋଳ: ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପାଇଁ ସତ୍ୟାଗ୍ରହ । ଅନୁଗୋଳରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସହର ମଧ୍ୟରେ ଥିବା ଗାନ୍ଧୀ ମାର୍ଗରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶୃତି ଦେଇ ସେଥିରୁ ଓହରି ଯିବାରୁ ତାର ପ୍ରତିବାଦରେ ସତ୍ୟାଗ୍ରହ ହୋଇଛି ।

ଠକିଦେଲା ପ୍ରଶାସନ; ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପାଇଁ ସତ୍ୟାଗ୍ରହ

ଜିଲାର ସର୍ବଦୟୋ ନେତ୍ରୀ ମାଳତୀ ଦେବୀ ସୁକନ୍ୟା ଓ ତାଙ୍କ ସହଯୋଗୀ ଆଜି ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହ କରିବାକୁ ଆସିଥିଲେ। ଆସନ୍ତା ବର୍ଷ ଗାନ୍ଧୀଙ୍କ ଓଡିଶା ଆଗମନ 100 ବର୍ଷ ପାଳନ ହେବକୁ ଯାଉଛି। ଏହି ସମୟରେ ଗାନ୍ଧିଜୀ ଅନୁଗୋଳ ଆସିବା ସହ ଏଠାରେ ବୈଠକ କରିଥିଲେ । ତାଙ୍କରି ସ୍ମୃତିରେ ଅନୁଗୋଳରେ ଏକ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରଶାସନ ଜାଗା ଦେବା ସହ ତାହା ନିର୍ମାଣ ପାଇଁ କହିଥିଲା ।

ମାତ୍ର ଜାଗା ଚିହ୍ନଟ ଜାଗାରେ ଏବେ ଅଙ୍ଗନବାଡି ଗୃହ ନିର୍ମାଣ ହେଉଛି । ଯାହା ଜାଣିବା ପରେ ପ୍ରଶାସନକୁ ଗୃହ ନିର୍ମାଣ ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ତାହା ନକରାଯିବାରୁ ଗାନ୍ଧିବାଦୀ ସମାଜ ସେବି କ୍ରୀଷ୍ଣ ମହାନ୍ତି ଓ ତାଙ୍କ ସହଯୋଗୀ ମାନେ ସତ୍ୟାଗ୍ରହ ପାଇଁ ଆସିଥିବା ବେଳ ପ୍ରଶାସନ ସେଠରେ ପହଞ୍ଚି ସେମାନକୁ ବୁଝାସୁଝା କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.