ETV Bharat / state

ନିଜ କର୍ମଚାରୀଙ୍କୁ ଚିହ୍ନିଲାନି ଠିକା ସଂସ୍ଥା, କ୍ଷତିପୂରଣ ଦାବିରେ ୧୨ ଘଣ୍ଟା ପଡିରହିଲା ମୃତଦେହ - ସଡ଼କ ଦୁର୍ଘଟଣାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ତୁମ୍ବିତୁଫାନ । କ୍ଷତିପୂରଣ ଦାବିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହକୁ ଅଟକ ରଖିଲେ ବିଭାଗୀୟ କର୍ମଚାରୀ । ଅଧିକ ପଢନ୍ତୁ

ନିଜ କର୍ମଚାରୀଙ୍କୁ ଚିହିଁଲାନି ଠିକା ସଂସ୍ଥା, କ୍ଷତିପୂରଣ ପାଇଁ ୧୨ ଘଣ୍ଟା ପଡିରହିଲା ମୃତଦେହ

author img

By

Published : Jan 28, 2022, 10:08 AM IST

ଅନୁଗୋଳ: ସଡକ ଦୁର୍ଘଟଣାରେ ଦୁଇ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ତୁମ୍ବିତୁଫାନ । ନିଜ କର୍ମଚାରୀଙ୍କୁ ଚିହ୍ନିଲାନି ଠିକା ସଂସ୍ଥା । କ୍ଷତିପୂରଣ ଦାବିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହକୁ ଅଟକ ରଖିଲେ ବିଭାଗୀୟ କର୍ମଚାରୀ । ଯାହାକୁ ନେଇ ପୋଲିସ ଏବଂ ଠିକା ସଂସ୍ଥାକୁ ନାକେଦମ ହେବାକୁ ପଡିଛି ।

ନିଜ କର୍ମଚାରୀଙ୍କୁ ଚିହିଁଲାନି ଠିକା ସଂସ୍ଥା, କ୍ଷତିପୂରଣ ପାଇଁ ୧୨ ଘଣ୍ଟା ପଡିରହିଲା ମୃତଦେହ

ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ 11ଟା ବେଳେ ଅନୁଗୋଳ ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମୂଷାପାପୁଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଟ୍ରକ ଚାପାରେ ଦୁଇ ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରାଣ ହରାଇଥିଲେ । ମୃତକମାନେ ଥିଲେ ସନ୍ତୋଷ କୁମାର ସାହୁ ଏବଂ ପବିତ୍ର ବେହେରା । ଉଭୟ ଏକ ମଟର ସାଇକେଲ ଯୋଗେ ଇଲେକ୍ଟ୍ରି ମିଟର ଲଗାଇବା ଲଗାଇବାକୁ ଯାଉଥିଲା ବେଳେ ହଠାତ ସେମାନଙ୍କ ଉପରେ ଟ୍ରକଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରିବା ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା ।

ସେପଟେ ମୃତଦେହ ଡାକ୍ତରଖାନାରେ ପହଞ୍ଚିବା କ୍ଷଣି ସମସ୍ତ ବିଭାଗୀୟ କର୍ମଚାରୀମାନେ କ୍ଷତିପୂରଣ ପାଇଁ ଅଡ଼ି ବସିଥିଲେ । ଯାହାକୁ ନେଇ ଦୀର୍ଘ 12 ଘଣ୍ଟା କଳା ରାତି ପ୍ରାୟ 12ଟା ପର୍ଯ୍ୟନ୍ତ ମୃତଦେହ ପଡି ରହିଥିଲା । ମୃତକମାନେ ଟାଟା ପାୱାର ଠାରୁ ସବଲେଟରେ ନେଇଥିବା କମ୍ପାନୀ ଶ୍ୟାମ ପାୱାରରେ କାମ କରୁଥିଲେ । କିନ୍ତୁ ଠିକା ସଂସ୍ଥା ସନ୍ତୋଷକୁ ନିଜର କର୍ମଚାରୀ ବୋଲି ମାନିଥିବା ବେଳେ ପବିତ୍ରକୁ କୌଣସି ନିଯୁକ୍ତି ଦିଆଯାଇ ନଥିଲା ବୋଲି ଅଡ଼ି ବସିଥିଲା । ଯାହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । ଶେଷରେ ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ହସ୍ତକ୍ଷେପ ପରେ କ୍ଷତିପୂରଣ ଦେବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ରାଜି ହୋଇଥିଲେ । ଉଭୟଙ୍କୁ କ୍ଷତିପୂରଣ ଦେବାକୁ ଠିକା ସଂସ୍ଥା ରାଜି ହେବା ପରେ ମୃତଦେହ ଛାଡିଥିଲେ ଆନ୍ଦୋଳନକାରୀ ।

ତେବେ କଥା ହେଉଛି ଯଦି ପବିତ୍ର କମ୍ପାନୀର କର୍ମଚାରୀ ନୁହେଁ ତେବେ ତାକୁ କ'ଣ ପାଇଁ ମିଟର ଲଗାଇବାକୁ ଛଡା ଯାଇଥିଲା । କେଉଁ ବ୍ୟକ୍ତି ତାଙ୍କୁ ମିଟର ଲଗାଇବା କାମରେ ନିୟୋଜିତ କରିଥିଲେ, ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.