ETV Bharat / state

ଆସୁଛି ଆଲୋକର ପର୍ବ ଦୀପାବଳି; ନାହିଁ ଦୀପ ବେପାର, ଚିନ୍ତାରେ କୁମ୍ଭାର

author img

By

Published : Oct 27, 2021, 7:17 AM IST

ଆସୁଛି ଦୀପାବଳି । ହେଲେ ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଚଳିତ ବର୍ଷ କଟକଣା କୋହଳ ହୋଇଥିଲେ ହେଁ ଆବଶ୍ୟକ ମାଟି ଓ କାଠର ଅଭାବ ସାଙ୍ଗକୁ ମାଟି ତିଆରି ଦୀପର ବହୁଳ ବିକ୍ରି ହେଉନଥିବାରୁ ହତାଶ କୁମ୍ଭାର । ଅଧିକ ପଢନ୍ତୁ...

ଆସୁଛି ଦୀପାବଳି; ନାହିଁ ଦୀପର ଦର, ଚିନ୍ତାରେ କୁମ୍ଭାର

ଅନୁଗୋଳ: ଜିଲ୍ଲାର ଛେଳିଆପଡା ଗାଁ । ଯେଉଁଠି ଶତାଧିକ କୁମ୍ଭାର ପରିବାର ବସବାସ କରନ୍ତି । ବାପ-ଅଜା ଅମଳରୁ ସେମାନେ ମାଟିରେ କୁମ୍ଭ, କଳସ, ଦୀପ, ମାଠିଆ, ଘମ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରି ଆସୁଛନ୍ତି । ରାତି ପାହିଲେ ପ୍ରତ୍ୟକ ପରିବାରର ସଦସ୍ୟମାନେ ଲାଗି ପଡନ୍ତି କାମରେ । କିଏ କାଠ ହାଣି ଭାଟି ପାଇଁ ଯୋଗାଡ଼ କରେ ତ ଆଉ କିଏ ମାଟି ସଂଗ୍ରହ କରେ । ମହିଳାମାନେ ଅଗଣାରେ ବସି ଦୀପ ତିଆରି କରନ୍ତି । ପୁରୁଷମାନେ ଚକରେ ବିଭିନ୍ନ ଜିନିଷ ତିଆରି କରିବାରେ ଲାଗି ପଡନ୍ତି । ଏହା ଆଜିକାଲିର କଥା ନୁହେଁ। ପୁରୁଷ ପୁରୁଷ ଧରି ଚାଲି ଆସିଛି ଏହି କାମ । ଏଥିରେ ହିଁ ସେମାନଙ୍କ ପରିବାର ଚଳେ । ହେଲେ ଏବେ ସେମାନଙ୍କ ଜୀବିକା ବିପନ୍ନ ହେଲାଣି ।

ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ସବୁ ପର୍ବପର୍ବାଣୀ ବନ୍ଦ ହୋଇଯାଇଛି । ପୂର୍ବରୁ ମନ୍ଦିରଗୁଡିକ ମଧ୍ୟ ବନ୍ଦ ଥିଲା । ଏବେ ବି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି । ତେଣୁ ମାଟି ତିଆରି ଦୀପ, କଳସ ଓ ଅନ୍ୟାନ୍ୟ ଜିନିଷ ଆଉ ବିକ୍ରି ହେଉନାହିଁ । ଅନେକ କୁମ୍ଭାର ସେମାନଙ୍କ ଦ୍ବାରା ତିଆରି ହୋଇଥିବା ଜିନିଷକୁ ଘରେ ମହଜୁଦ ରଖିଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ଏହାଛଡା ଯୁବପୀଢ଼ି ଆଉ ନିଜର କୌଳିକ ବୃତ୍ତିକୁ ଅପଣେଇବାକୁ ଚାହୁଁନାହାନ୍ତି । ତେଣୁ ଆଉ କିଛି ବର୍ଷ ପରେ ଏହି କାରିଗରୀ ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି ।

ସେପଟେ ଆଉ ମାତ୍ର ଦିନ କେଇଟା ପରେ ଆସୁଛି ଦୀପାବଳି । ତେଣୁ ଏହି କୁମ୍ଭାରଙ୍କ ମନରେ ଦୃଢ଼ ଆଶା ରହିଛି ଦୁଇ ବର୍ଷ ପରେ କଟକଣା ସାମାନ୍ୟ କୋହଳ ହୋଇଥିବାରୁ କିଛି ଅଧିକ ଦୀପ ବିକ୍ରି ହୋଇ ପାରିବ । ସେଥିପାଇଁ ସମସ୍ତେ ଦୀପ ତିଆରିରେ ଲାଗି ପଡିଛନ୍ତି । ଗାଁର ଯୁଆଡେ ଦେଖିଲେ ହଜାର ହଜାର ସଂଖ୍ୟାରେ ଦୀପ ଶୁଖା ଯାଇଛି । କାଠର ଅଭାବ ଯୋଗୁଁ ସେଗୁଡିକୁ ଭାଟିରେ ପୋଡା ଯାଇପାରୁ ନାହିଁ । ଆଗରୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସୁଲଭ ମୂଲ୍ୟରେ କାଠ ଯୋଗାଇ ଦିଆଯାଉଥିଲା । ଏବେ ତାହା ବନ୍ଦ ହୋଇ ଯାଇଛି । ଫଳରେ କୁଇଣ୍ଟାଲ ପ୍ରତି ୭୦୦ ରୁ ୮୦୦ ଟଙ୍କା ଦେଇ କିଣିବାକୁ ପଡୁଛି । ଆଗରୁ ଆଖପାଖରେ ଭଲ ମାଟି ମିଳୁଥିଲା । ଏବେ ବହୁ ଦୂରକୁ ଯାଇ ମାଟି ଆଣିବାକୁ ପଡୁଛି । ତେଣୁ ଯେତିକି ଖର୍ଚ୍ଚ ହେଉଛି ଓ ପରିଶ୍ରମ ହେଉଛି ସେହି ଅନୁପାତରେ ଉଚିତ୍ ଦର ମିଳୁନି। କେବଳ ନିଜ ପାରମ୍ପରିକ ବୃତ୍ତି ବଞ୍ଚାଇ ରଖିବାକୁ ଏହି ପରିବାରଗୁଡିକ କ୍ଷତି ସହି ମଧ୍ୟ କାମ କରୁଛନ୍ତି ।

ସେମାନଙ୍କ ଦ୍ବାରା ତିଆରି ଜିନିଷ ବିକ୍ରି କରିବାକୁ ଉଚିତ ବଜାର ମଧ୍ୟ ନାହିଁ । ନିଜେ ଆଖପାଖ ହାଟ, ବଜାର ଓ ଗାଁ ଗାଁ ବୁଲି ବିକ୍ରି କରିବାକୁ ପଡୁଛି । ଗାଁକୁ ବାହାର ବେପାରୀ ଆସୁଛନ୍ତି । କିନ୍ତୁ ବହୁତ କମ ଦାମରେ କିଣି ନେଉଥିବାରୁ କ୍ଷତି ସହିବାକୁ ପଡୁଛି । ଏଭଳି ଅନେକ ସମସ୍ୟା ଭିତର ଦେଇ ଗତି କରୁଛନ୍ତି ଶତାଧିକ କୁମ୍ଭାର ପରିବାର। କୋରୋନା କଟକଣା ପରେ କାଠର ଅଭାବ ଏହି କୁମ୍ଭାର ପରିବାରଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପାଲଟିଛି । ଏମାନଙ୍କ ପ୍ରତି ସରକାର ଦୃଷ୍ଟି ନ ଦେଲେ ଶହ ଶହ ପରିବାର ଭୋକ ଉପାସରେ ରହିବା ସହ ଏଭଳି ଏକ କାରିଗରୀ କଳା ଲୋପ ପାଇଯିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.