ETV Bharat / state

ଭୋଟଗ୍ରହଣ ବେଳେ ପୋଲିଂ କର୍ମଚାରୀ ମୃତ

ମତଦାନ କାର୍ଯ୍ୟ ଚାଲିଥିବା ବେଳେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

author img

By

Published : Apr 23, 2019, 7:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର 41 ନମ୍ବର ବୁଥରେ ଭୋଟ ଗ୍ରହଣ ବେଳେ ଟଳି ପଡିଲେ ପୋଲିଂ କର୍ମଚାରୀ । ମୃତ ନବକିଶୋର ନାୟକ ହିନ୍ଦୋଳ ପ୍ରାଣୀଧନ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ ପରଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ କଣ୍ଟାପାଳ ଥଇଥାନ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୧ନଂ ବୁଥ୍‌ରେ ନବକିଶୋର ୪ର୍ଥ ପୋଲିଂ ଅଧିକାରୀଭାବେ ନିୟୋଜିତ ହୋଇଥିଲେ । ମତଦାନ କାର୍ଯ୍ୟ ଚାଲିଥିବା ବେଳେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ଭୋଟ ଆଗରେ ସବୁ ଫିକା: ବିବାହ ମଣ୍ଡପ ପୂର୍ବରୁ ବୁଥରେ ବରକନ୍ୟା

ହାଇଦ୍ରାବାଦ: ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛି ଦେଶ । ମତଦାନ କରୁଛନ୍ତି 13 ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ଅଞ୍ଚଳ । ନେତାଙ୍କ ଠୁ ଜନତା ଭୋଟ ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇ ସଚେତନ ଭୋଟରର ପ୍ରମାଣ ମଧ୍ୟ ଦେଇଛନ୍ତି । କିଏ ଷ୍ଟ୍ରେଚରରେ ସିଧାସଳଖ ମତଦାନ କେନ୍ଦ୍ରରେ ପହଞ୍ଚିଛି ତ କିଏ ବିବାହ ମଣ୍ଡପ ଯିବା ପୂର୍ବରୁ ଭୋଟ ଦେଇ ଦେଶର ନାଗରିକଙ୍କୁ କରିଛନ୍ତି ସଚେତନ ।

ଏମିତି ଏକ ଦୃଶ୍ୟ କର୍ଣ୍ଣାଟକ ଓ ଗୁଜୁରାଟରେ ଦେଖିବାକୁ ମିଳିଛି । କର୍ଣ୍ଣାଟକ ଧାରୱାଡର ମହିଳା ପାର୍ଭତକରା ଦିନକ ପୂର୍ବରୁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ଆଜି ହସ୍ପିଟାଲରୁ ସିଧାସଳଖ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ସେହିପରି ଏହି ନିର୍ବାଚନୀ କ୍ଷେତ୍ରର ଆଉ ଜଣେ 82 ବର୍ଷୀୟା ମହିଳା ଷ୍ଟ୍ରେଚରରେ ଆସି କରିଛନ୍ତି ମତଦାନ । 

ସେପଟେ ବିବାହ ମଣ୍ଡପକୁ ଯିବା ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ବରକନ୍ୟା । ଗୁଜୁରାଟ ରାଜକୋଟର ଏହି ଦୃଶ୍ୟ ଦେଶର ଅନ୍ୟ ଭୋଟରଙ୍କୁ ଦେଇଛି ସଚେତନାର ବାର୍ତ୍ତା ।      

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.