ETV Bharat / state

ବିଜେଡି କର୍ମୀଙ୍କ ଇଚ୍ଛାରେ କାର୍ଯ୍ୟ କରୁଛି ପୋଲିସ: ବିଜେପି

author img

By

Published : Nov 2, 2021, 10:11 PM IST

ବିଜେପିର ଅଭିଯୋଗ ବିଜେଡି କର୍ମୀଙ୍କ ଇଚ୍ଛାରେ କାର୍ଯ୍ୟ କରୁଛି ପୋଲିସ। ଯାହାକୁ ନେଇ ଗତ ଦୁଇଦିନ ହେବ ପୋଲିସକୁ ଟାର୍ଗେଟ କରିଛି ଅନୁଗୋଳ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

police station gherao by Anugul  zilla bjp mahila morcha
ବିଜେପିର ଅଭିଯୋଗ ବିଜେଡି କର୍ମୀଙ୍କ ଇଚ୍ଛାରେ କାର୍ଯ୍ୟ କରୁଛି ପୋଲିସ

ଅନୁଗୋଳ: ବିଜେପିର ଅଭିଯୋଗ ବିଜେଡି କର୍ମୀଙ୍କ ଇଚ୍ଛାରେ କାର୍ଯ୍ୟ କରୁଛି ପୋଲିସ। ଯାହାକୁ ନେଇ ଗତ ଦୁଇଦିନ ହେବ ପୋଲିସକୁ ଟାର୍ଗେଟ କରିଛି ଅନୁଗୋଳ ବିଜେପି ମହିଳା ମୋର୍ଚ୍ଚା । ଅନୁଗୋଳ ଟାଉନ ଥାନାକୁ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା ।

ବିଜେପିର ଜଣେ ମହିଳା କର୍ମୀଙ୍କୁ ଶାସକ ବିଜେଡି ଦଳର କିଛି କର୍ମୀ ଆକ୍ରମଣ ଅଭିଯୋଗରେ ଆଜି ଜିଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁଗୋଳ ଟାଉନ ଥାନା ଘେରାଉ କରାଯାଇଥିଲା। ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆସି ଘେରାଉ କରିଥିଲେ। ମହିଳା ମୋର୍ଚ୍ଚା ଅଭିଯୋଗ କରିଛିଯେ ମଞ୍ଜୁଲତା ସାହୁ ନାମକ ଜଣେ ବିଜେପି ମହିଳା କର୍ମୀଙ୍କୁ କୌଣସି କାରଣରୁ ବିଜେଡିର ଅବିନାଶ ପରିଡା ନାମକ ଜଣେ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଅବିନାଶଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ମଧ୍ୟ କରା ଯାଇଛି। କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଅବିନାଶ ଦେଇଥିବା ପାଲଟା ଅଭିଯୋଗକୁ ଗ୍ରହଣ କରି ଅବିନାଶଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ଆଣିଥିଲେ। ଯାହାକି ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ତୁରନ୍ତ ଅବିନାଶଙ୍କୁ ଗିରଫ କରିବା ଦାବିରେ ଥାନା ଘେରାଉ କରାଯାଇଛି।

ଅନ୍ୟ ପକ୍ଷରେ ଅବିନାଶ କରିଥିବା ପାଲଟା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କୁ ମଞ୍ଜୁ ଓ ଅନ୍ୟ କେତେକ ମହିଳା ମିଶି ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଛି। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସୂଚନା ଦେଇଛି ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.