ETV Bharat / state

ଜୁଆ ଆଡ୍ଡାରେ ଚଢାଉ: ଜଣେ ଶିକ୍ଷକ ଗିରଫ, ଅନେକ ସାମଗ୍ରୀ ଜବତ

author img

By

Published : Oct 8, 2021, 6:12 AM IST

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଆମ୍ବ ତୋଟାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛେଣ୍ଡିପଦା ପୋଲିସ ଚଢ଼ାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୯ଟି ମୋଟର ସାଇକେଲ, ଜୁଆରେ ବ୍ୟବହୃତ ସାମଗ୍ରୀ ସହ ୮ ହଜାର ୩୦୦ ଟଙ୍କା ଜବତ କରିଛି । ଅଧିକ ପଢନ୍ତୁ...

ଜୁଆ ଆଡ୍ଡାରେ ଚଢାଉ: ଜଣେ ଶିକ୍ଷକ ଗିରଫ, ଅନେକ ସାମଗ୍ରୀ ଜବତ
ଜୁଆ ଆଡ୍ଡାରେ ଚଢାଉ: ଜଣେ ଶିକ୍ଷକ ଗିରଫ, ଅନେକ ସାମଗ୍ରୀ ଜବତ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଆମ୍ବ ତୋଟାରେ ଚଲିଥିବା ଏକ ଜୁଆ ଆଡ୍ଡା ଉପରେ ଛେଣ୍ଡିପଦା ପୋଲିସ ଚଢ଼ାଉ କରି ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୯ଟି ମୋଟର ସାଇକେଲ, ଜୁଆରେ ବ୍ୟବହୃତ ସାମଗ୍ରୀ ସହ ୮ ହଜାର ୩୦୦ ଟଙ୍କା ଜବତ କରିଛି । ଯେଉଁ ଜୁଆଡ଼ିଙ୍କ ମଧ୍ୟରେ ରାଇପାଳ ଗ୍ରାମର ହେମନ୍ତ କୁମାର ପ୍ରଧାନ ନାମକ ଜଣେ ଶିକ୍ଷକ ଥିବା ଜଣାପଡିଛି ।

ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଏହି ଆମ୍ବତୋଟା ଭିତରେ ଜୁଆ ଆଡ୍ଡା ଚାଲିଥାଏ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ପୋଲିସକୁ ଦେଖି କିଛି ଜୁଆଡି ସେମାନଙ୍କର ମୋଟରସାଇକେଲ ନେଇ ଫେରାର ହୋଇ ଯାଇଥିବା ବେଳେ ଆଉ କିଛି ଦଉଡି ପଳାଇ ଯାଇଥିଲେ ।

ସେହି ସ୍ଥାନରୁ କେତୋଟି ମୋବାଇଲ ମଧ୍ୟ ଜବତ କରାଯାଇଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ ଇସ୍ଥାରରେ ସୂଚନା ଦିଆଯାଇଛି । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.