ETV Bharat / state

ଅନୁଗୋଳରେ କୋଭିଡ ସ୍ଥିତି ସମୀକ୍ଷା କଲେ ଡିଜିପି ଅଭୟ

author img

By

Published : May 22, 2021, 7:27 AM IST

ଅନୁଗୋଳରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ବିଶେଷ କରି କୋରୋନା କଟକଣା ସମୟରେ ଜିଲ୍ଲା ପୋଲିସ ପକ୍ଷରୁ କିଭଳି ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳରେ କୋଭିଡ ସ୍ଥିତି ସମୀକ୍ଷା କଲେ ଡିଜି ଅଭୟ

ଅନୁଗୋଳ: କୋଭିଡ କଟକଣା ମାନନ୍ତୁ, ସରକାରଙ୍କୁ ସହଯୋଗ କରନ୍ତୁ । ତେବେ ଯାଇ ଆମେ କୋଭିଡ ମୁକାବିଲା କରିପାରିବା । ଏଭଳି କହି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୋଲିସ ଡିଜି ଅଭୟ । ଗତକାଲି(ଶୁକ୍ରବାର) ଅପରାହ୍ନରେ ପୋଲିସ ଡିଜି ଅଭୟ ଅନୁଗୋଳରେ ପହଞ୍ଚି କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ବସିଥିଲା । ବିଶେଷ କରି କୋରୋନା କଟକଣା ସମୟରେ ଜିଲ୍ଲା ପୋଲିସ ପକ୍ଷରୁ କିଭଳି ଏନଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଜିଲ୍ଲା ପୋଲିସର ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ନେଇ ଡିଜି ସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ କରୋନା କଟକଣାକୁ ମାନି ସମସ୍ତେ ସୁରକ୍ଷିତ ରହିବାକୁ ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ, ଏସପି ଜଗମୋହନ ମୀନା ଉପସ୍ଥିତ ଥିଲେ । ଏହା ସାହ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ଯାଇ ସେଠାରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ପୋଲିସ ମାନୁଆଲ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.