ETV Bharat / state

ପୋଲିସ ପଞ୍ଝାରେ ଜାଲ କାଗଜପତ୍ର ପ୍ରସ୍ତୁତକାରୀ ରାକେଟ - police arrested racquet of fake documents gang

ଜାଲ କାଗଜପତ୍ର ତିଆରି କରିବା ଅଭିଯୋଗରେ 4 ଜାଲ କାଗଜପତ୍ର ପ୍ରସ୍ତୁତକାରୀଙ୍କୁ ଗିରଫ କରିଛି ଅନୁଗୋଳ ଜିଲ୍ଲାର ବିକ୍ରମପୁର ପୋଲିସ। ଅଧିକ ପଢନ୍ତୁ...

ଜାଲ କାଗଜପତ୍ର ବନାଉଥିବା ରାକେଟ ଧରିଲା ପୋଲିସ
ଜାଲ କାଗଜପତ୍ର ବନାଉଥିବା ରାକେଟ ଧରିଲା ପୋଲିସ
author img

By

Published : Apr 15, 2021, 2:12 PM IST

ଅନୁଗୋଳ: ନକଲି କାଗଜପତ୍ର ବନାଉଥିବା ଏକ ରାକେଟର ପର୍ଦାଫାସ କରିଛି ପୋଲିସ । ଜାଲ କାଗଜପତ୍ର ତିଆରି କରିବା ଅଭିଯୋଗରେ 4 ଜାଲ କାଗଜପତ୍ର ପ୍ରସ୍ତୁତକାରୀଙ୍କୁ ଗିରଫ କରିଛି ଅନୁଗୋଳ ଜିଲ୍ଲାର ବିକ୍ରମପୁର ପୋଲିସ। ସେମାନଙ୍କ ଠାରୁ ଅନେକ ନକଲି କାଗଜପତ୍ର,କମ୍ପ୍ୟୁଟର ,ପ୍ରିଣ୍ଟର ସମେତ ଅନେକ କିଛି ଜବଦ କରିଛି ।

ନକଲି ଟ୍ରଞ୍ଜିଟ ବନାଉଥିବା ନେଇ ଜଗନ୍ନାଥ ଓସିପିର କର୍ତ୍ତୃପକ୍ଷ ବିକ୍ରମପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସେଇ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ନକଲି ଆଧାରକାର୍ଡ ଠାରୁ ଆରମ୍ଭ କରି ଭୋଟର ଆଇକାର୍ଡ ଡ୍ରାଇଭିଙ୍ଗ ଲାଇନ୍ସେସ ଆଦି ଅନେକ ଜାଲ କାଗଜପତ୍ର ବନାଉଥିବା ଏକ ରାକେଟକୁ ଧରିଛି ପୋଲିସ।

ସେମାନଙ୍କ ଠାରୁ 6 ଟି CPU , ମୋବାଇଫୋନ , ଲାପଟପ , ପ୍ରିଣ୍ଟର ଆଦି ଅନେକ ଜିନିଷ ଜବଡ଼ କରିଛି ପୋଲିସ। ଏନେଇ ପୋଲିସ ପକ୍ଷରୁ ଏକ ପ୍ରେସରିଲିଜରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁଶୀଲ ସାହୁ ,ଚନ୍ଦନ ବେହେରା, ପ୍ରଦୀପ ପଟ୍ଟନାୟକ ,ଓ ସୁଧୀର ପଟ୍ଟନାୟକ । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.