ETV Bharat / state

ସଫଳ ଚାଷୀ ଯୋଗେଶ୍ୱର, ପ୍ରତିକୂଳ ପାଗରେ ଫଳାଉଛନ୍ତି ପ୍ରଚୁର ଆମ୍ବ - ପ୍ରତିକୂଳ ପାଗରେ ଅନୁଗୋଳରେ ଫଳୁଛି ପ୍ରଚୁର ଆମ୍ବ

ସମସ୍ତଙ୍କଠୁ ସେ ସାଜିଛନ୍ତି ଭିନ୍ନ। ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଅନୁଗୋଳ ଜିଲ୍ଲାରେ କେଉଁଠି ବି ଆମ୍ବ ଫଳୁନଥିବା ବେଳେ ସେ ନିଜସ୍ବ ଉଦ୍ୟମରେ ଗଛରେ ଫଳାଇଛନ୍ତି ଭଳିକି ଭଳି ଆମ୍ବ। ଏହି ସଫଳତା ପାଇଁ ତାଙ୍କୁ କୃଷି ବିଭାଗ ପକ୍ଷରୁ ଅନେକ ବାର ସମ୍ମାନିତ କରାଯାଇଛି। ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ଅନୁଗୋଳର ସଫଳ ଚାଷୀ ଯୋଗେଶ୍ବର, ପ୍ରତିକୂଳ ପାଗରେ ଫଳାଉଛନ୍ତି ପ୍ରଚୁର ଆମ୍ବ

author img

By

Published : May 26, 2022, 4:01 PM IST

ଅନୁଗୋଳ: ଚଳିତ ବର୍ଷ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ସାରା ରାଜ୍ୟରେ ଆମ୍ବ ଉତ୍ପାଦନ ବହୁ ପରିମାଣରେ କମିଯାଇଛି । ଯେଉଁ ସମୟରେ ଆମ୍ବରେ ଗଛ ଡାଳ ନଇଁ ପଡିବା କଥା ସେ ସମୟରେ ଗୋଟିଏ ହେଲେ ଆମ୍ବ ଦେଖିବାକୁ ମିଳୁନି । କେଉଁଠି କେମିତି କାଁ ଭାଁ ଗଛରେ ଅଳ୍ପ କିଛି ଆମ୍ବ ଫଳିଛି । ଏଭଳି ସମୟରେ ନିଜ ବଗିଚାରେ ଥିବା ଶତାଧିକ ଗଛରେ ବହୁଳ ଭାବେ ଆମ୍ବ ଫଳାଇ ପାରିଛନ୍ତି ଜିଲ୍ଲାର ଜଣେ ଚାଷୀ ଯୋଗେଶ୍ବର । ବଗିଚାରେ ଦେଖିଲେ ଆଖି ଲାଖିଯାଉଛି । ଆମ୍ବ ଫଳିବା ପରେ ଡାଳ ଓଜନ ହୋଇ ଭୂଇଁକୁ ସ୍ପର୍ଶ କରୁଛି । ଏପରି ଉତ୍ତମ ଚାଷ କରି ଏହି ଚାଷୀ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ ।

ଅନୁଗୋଳର ସଫଳ ଚାଷୀ ଯୋଗେଶ୍ବର, ପ୍ରତିକୂଳ ପାଗରେ ଫଳାଉଛନ୍ତି ପ୍ରଚୁର ଆମ୍ବ

ବଗିଚାରେ ଏତେ ପରିମାଣରେ ଆମ୍ବ ଫଳିଛି ଯେ ଦେଖିଲେ ଆଖି ଲାଖିଯାଉଛି । ଚଳିତ ବର୍ଷ ସାରା ରାଜ୍ୟରେ ଆମ୍ବ ଉତ୍ପାଦନ ଆଶାତୀତ ଭାବେ କମ ଥିବା ବେଳେ ଏହି ବଗିଚାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳଛି । ଏହାକୁ ସମ୍ଭବ କରିଦେଖାଇଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ କିସିଣ୍ଡା ଗାଁର ଆମ୍ବ ଚାଷୀ ଯୋଗେଶ୍ବର ପ୍ରଧାନ । ନିଜସ୍ବ ଜ୍ଞାନକୌଶଳ ବଳରେ ସେ ଆମ୍ବ ଚାଷ ପାଇଁ ହୋଇଥିବା ପ୍ରତିକୂଳ ଜଳବାୟୁ ସତ୍ତ୍ବେ ବି ଫଳାଇ ପାରିଛନ୍ତି ସବୁ କିସମର ଆମ୍ବ ।

ଯୋଗେଶ୍ବର ପ୍ରାୟ ୧୦ ଏକର ଜମିରେ ହଜାରେରୁ ଅଧିକ ଆମ୍ବ ଗଛ ଲଗାଇଛନ୍ତି । ବାଇଗଣ ପଲେଇ, ତୋଟାପଲ୍ଲୀ, ନିଲମ, ବମ୍ବେ ଗ୍ରୀନ, ଅମ୍ରପଲ୍ଲୀ, ମଲ୍ଲିକା, ଗୋଲାପଖାସ ସମେତ ଭଳିକି ଭଳି ଆମ୍ବ ଗଛ ଲାଗିଛି । ବର୍ଷକୁ ପ୍ରାୟ ୧୦ଲକ୍ଷ ଟଙ୍କାର ଆମ୍ବ ସେ ବିକ୍ରି କରନ୍ତି । ଚଳିତ ବର୍ଷ ସବୁଆଡେ ଆମ୍ବ ଫସଲ ପ୍ରଭାବିତ ହୋଇଥିବା ବେଳେ ଯୋଗେଶ୍ବର ନିଜ ବଗିଚାରେ ଏତେ ପରିମାଣର ଆମ୍ବ ଫଳାଇ ପାରିଛନ୍ତି । ତାଙ୍କ ବଗିଚାରୁ ଉନ୍ନତ କିସମର ଆମ୍ବ ରାଜ୍ୟର ବାହାରକୁ ଯାଉଛି ।

ବାହାରୁ ବ୍ୟବସାୟୀ ମାନେ ଆସି ଆମ୍ବ କିଣୁଛନ୍ତି । ତାଙ୍କର ଏହି ସଫଳତା ପାଇଁ କୃଷି ବିଭାଗ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ବହୁବାର ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ଅନ୍ୟ କୌଣସି ବଗିଚାରେ ଆମ୍ବ ଦେଖିବାକୁ ମିଳେ ନାହିଁ । କିନ୍ତୁ ଯୋଗେଶ୍ବରଙ୍କ ବଗିଚାରେ ଏତେ ସଂଖ୍ୟାରେ ଆମ୍ବ ଫଳିଥିବାରୁ ବହୁ ସଂଖ୍ୟାରେ ଲୋକ ଦେଖିବାକୁ ଆସୁଛନ୍ତି । ଯୋଗେଶ୍ବର ଯେଉଁ ଗଛରେ ହାତ ଦେଉଛନ୍ତି ସେହି ଗଛ ଫୁଲଫଳରେ ଭରପୁର ହୋଇ ଯାଉଛି । ଏପରି ଚାଷ କରି ସେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.